ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଖରା ପ୍ରଭାବରେ ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି। ଏମିତିକି ୩ ଦିନ ହେଲା ରାଜ୍ୟର କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି।

ଆଜି ବି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଜିର ରେକର୍ଡ ଅନୁସାରେ ଝାରସୁଗୁଡ଼ାରେ ସର୍ବାଧିକ ୪୪.୬ ଡିଗ୍ରୀ ତାପମାତ୍ରା ରହିଛି।

ଟିଟିଲାଗଡ଼ରେ ୪୪.୫, ଅନୁଗୁଳରେ ୪୩.୭, ତାଳଚେରରେ ୪୩.୬, ସୋନପୁରରେ ୪୩.୨, ସମ୍ବଲପୁର, ୪୩, ହୀରାକୁଦ, ୪୨.୧, ଭବାନିପାଟଣା, ମାଲାକାନଗିରି ଓ ବଲାଙ୍ଗିରରେ ୪୨, ଭୁବନେଶ୍ୱରରେ ୩୮.୭, କଟକ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Comment