ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ମୁମ୍ବାଇରେ ଆଜି ଭୋଟ ଦେଇଛନ୍ତି। କରୀନା ପୁଅ ତୈମୁରଙ୍କୁ ନେଇ ବୁଥରେ ପହଞ୍ଚିଥିଲେ। କରୀନା ହ୍ୱାଇଟ ଟି ସାର୍ଟରେ ନଜର ଆସିଥିଲେ।

କରୀନା ଡୁରୁଏଲୋ କନଭେଣ୍ଟ ହାଇସ୍କୁଲ ବାନ୍ଦ୍ରାରେ ଭୋଟ ଦେଇଛନ୍ତି।

କରୀନାଙ୍କ ସମେତ ଆଜି ବଲିଉଡର ଅନେକ ଷ୍ଟାର ମୁମ୍ବାଇର ଭିନ୍ନ ଭିନ୍ନ ସ୍ଥାନରେ ମତ ସାବ୍ୟସ୍ତ କରିଛନ୍ତି। ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ଅଭିନେତା ସଞ୍ଜୟ ଦତ୍ତ, ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ଭୋଟ ଦେଇଛନ୍ତି।

ମହାରାଷ୍ଟ୍ରର ସମସ୍ତ ୧୭ଟି ଆସନରେ ଭୋଟିଂ ଜାରି ରହିଛି। ଏଥିରେ ମୁମ୍ବାଇର ୬ଟି  ଆସନ ମଧ୍ୟ ସାମିଲ ରହିଛି।

Comment