ଓଡ଼ିଶାଲାଇଭ ବ୍ୟୁରୋ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ମେ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ।

ସେହପରି ଯୁକ୍ତଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ରେଜଲ୍ଟ ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। ପ୍ରତି ବିଷୟର ଖାତାଦେଖା ମେ ଶେଷ ସପ୍ତାହ ସୁଦ୍ଧା ସରିବ। ଏ ନେଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ଏଥର ମୋଟ ୩ଲକ୍ଷ ୬୯ହଜାର ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେଇଛନ୍ତି। ୨ଲକ୍ଷ ୩୫ହଜାର କଳାରେ, ୯୯ହଜାର ବିଜ୍ଞାନରେ ଏବଂ ୨୭ହଜାର ୨୦୦ଜଣ ଛାତ୍ରଛାତ୍ରୀ ବାଣିଜ୍ୟରେ ପରୀକ୍ଷା ଦେଇଛନ୍ତି। ଚଳିତଥର ମାର୍ଚ୍ଚ ୭ରୁ ୩୦ତାରିଖ ମଧ୍ୟରେ ସାରା ରାଜ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Comment