ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ନିଲମ୍ବିତ ହେଲେ ପୋଲିଂ ଅଫିସର। ଏହା ସହ ଉଭୟ ପୋଲିଂ ଅଫିସରଙ୍କୁ ଗିରଫ ମଧ୍ୟ କରାଯାଇଛି।

ଯାଜପୁର ସୁକିନ୍ଦା ନିର୍ବାଚନମଣ୍ଡଳୀର ୧୯୬ ନମ୍ବର ବୁଥର ଚତୁର୍ଥ ପୋଲିଂ ଅଫିସର ଜନାର୍ଦ୍ଦନ ପୃଷ୍ଟି, ବିଞ୍ଝାରପୁରର ୧୯୧ ବୁଥର ପ୍ରିଜାଇଡିଂ ଅଫିସର ବୈକୁଣ୍ଠ ନାଥ ଦାୟିତ୍ୱ ଦେଇଥିଲେ। ଏହି ଦୁଇ ପୋଲିଂ ଅଫିସର ବୁଥ ଭିତରେ ଭୋଟରଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳରେ ଭୋଟ୍ ଦେବା ପାଇଁ କହୁଥିବାର ଅଭିଯୋଗ ହୋଇଥିଲା।

ଏହି ଅଭୋଯାଗ ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଖେଳିଯାଇଥିଲା।

ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି ଦୁଇ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।

Comment