ଓଡ଼ିଶାଲାଇଭ ବ୍ୟୁରୋ

ଅଭିନେତାରୁ ନେତା ବନିଥିବା ସନ୍ନି ଦେଓଲ ଆଜି ପଞ୍ଜାବର ଗୁରୁଦାସପୁର ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସାଥୀରେ କେନ୍ଦ୍ରମନ୍ତ୍ରୀ ବିକେ ସିଂହ ଓ ଜିତେନ୍ଦ୍ର ସିଂହ ଓ ଭାଇ ବବି ଦେଓଲ ଉପସ୍ଥିତ ରହିଥିଲେ।

ସନ୍ନି ଦେଓଲ ନିଜ ନାଁ ଅଜୟ ସିଂହ ଦେଓଲରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ସନ୍ନି ଏକ ରାଲି କରିବେ। ରାଲି ପରେ ସେ ମୁମ୍ବାଇ ଭୋଟ ଦେବାକୁ ଯିବେ। ମେ ୧ ପରେ ସନ୍ନି ଲଗାତର ନିଜ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ।

ବାପା ଧର୍ମେନ୍ଦ୍ର ଓ ଭାଇ ବବି ବି ତାଙ୍କ ପାଇଁ ପ୍ରଚାର କରିବେ। ସନ୍ନି କଂଗ୍ରେସ ପ୍ରାର୍ଥୀ ସୁନିଲ ଝାଖଡ଼ଙ୍କୁ ଟକ୍କର ଦେବେ। ଗୁରଦାସପୁରରେ ସପ୍ତମ ପର୍ଯ୍ୟାୟ ଅର୍ଥାତ ମେ ୧୯ରେ ମତଦାନ ହେବ।

୨୨ ଏପ୍ରିଲରେ ସନ୍ନି ଦେଓଲ ବିଜେପିରେ ସାମିଲ ହୋଇଥିଲେ।

Comment