ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ଗତ କିଛିଦିନ ହେବ ଅସହ୍ୟ ଖରାଗରମ ଅନୁଭୂତ ହେଉଛି। ଗରମ ପାଇଁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ୫ଟି ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରିଛନ୍ତି। ଗଞ୍ଜାମ,ଗଜପତି,କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ଲାଗି କାଳବୈଶାଖୀ ସତର୍କତା ଜାରି କରାଯାଇଛି।

ଏହି ସମୟରେ ୪୦ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି। ପୂର୍ବାହ୍ନ ୪.୩୦ରୁ ସଂଧ୍ୟା ୭.୩୦ ଯାଏଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେପଟେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଥିବା ‘ଫୋନି’ ବର୍ତ୍ତମାନ ଉତ୍ତର-ପୂର୍ବ ମୁହାଁ ହେବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସତର୍କ ସୂଚନା କରାଯାଇଛି। ବାତ୍ୟା ଓଡ଼ିଶା ଉପକୁଳରେ ସ୍ଥଳଭାଗ ଛୁଇଁ ପରେ ବୋଲି ଆଶଙ୍କା କରାଯାଉଛି।

ଆସନ୍ତା ୩୦ ତାରିଖରେ ବାତ୍ୟା ‘ଫୋନି’ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇ ସ୍ଥଳଭାଗକୁ ମାଡ଼ି ଆସିବ। ପୂର୍ବ ତଥ୍ୟ ଅନୁଯାୟୀ ବାତ୍ୟା ‘ଫୋନି’ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁଥାନ୍ତା। ତେବେ ସୋମବାର ଆଇଏମ୍‌ଡି ଏହି କଥାକୁ ଏଡାଇଛନ୍ତି। ମେ ୧ରୁ ବାତ୍ୟା ଫୋନି ନିଜ ଗତିପଥ ବଦଳାଇ ଉତ୍ତର-ପୂର୍ବ ଦେଇ ଓଡ଼ିଶାକୁ ମୁହାଁଇବ।

Comment