ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ୭ଟିରୁ ୪ଟି ପର୍ଯ୍ୟାୟରେ ଭୋଟିଂ ସରିଥିଲାବେଳେ ବାକି ୩ଟି ପର୍ଯ୍ୟାୟରେ ମତଦାନ ହେବ। ଏହାରି ଭିତରେ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ନିର୍ବାଚନୀ ମାହୋଲ ସରଗରମ ରହିଛି। ଏପ୍ରିଲ ୨୯ ତାରିଖ ସୁଦ୍ଧା ବାରଣାସୀ ଲୋକସଭା ଆସନରେ ମୋଦିଙ୍କ ବିପକ୍ଷରେ ୧୦୨ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ବାରଣାସୀ ଆସନରେ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିଥିବାରୁ ନିର୍ବାଚନ ଅଧିକାରୀ ଚିନ୍ତାରେ ପଡ଼ିଛନ୍ତି। ଇଭିଏମରେ ଏତେ ସଂଖ୍ୟକ ପ୍ରାର୍ଥୀଙ୍କୁ କେମିତି ସ୍ଥାନ ଦେବେ ତାକୁ ନେଇ ଆଲୋଚନା ଚାଲିଛି। କୁହାଯାଉଛି ଯଦି କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନିଅନ୍ତି ଏବଂ ପ୍ରାର୍ଥୀ ସଂଖ୍ୟା ୬୪କୁ ଖସି ଆସେ ତାହାଲେ ୪ଟି ଇଭିଏମ୍ ଲାଗି। ନଚେତ ବାଲାଟ ପେପରରେ ଭୋଟ ହେବ।

ତେଲେଙ୍ଗାନାର ନିଜାମାବାଦ ଆସନରେ ୧୮୫ ଜଣ ପ୍ରାର୍ଥୀ ଥିଲେ। ଏଠାରେ ନିର୍ବାଚନ କମିଶନ ୧୨ ଜୁମ୍ବୋ ଇଭିଏମ ବ୍ୟବହାର କରିଥିଲେ। ଏହି ଇଭିଏମ୍ ‘ଏଲ୍’ ଆକାରର ହୋଇଥାଏ, ଯାହାକୁ ପ୍ରତି ପୋଲିଂ ବୁଥ ଭିତରେ ରଖାଯାଇଥାଏ।

Comment