ଓଡ଼ିଶାଲାଇଭ ବ୍ୟୁରୋ

ଭଦ୍ରକ ଜିଲ୍ଲା  ତିହିଡି ବ୍ଲକ ଦଉଲତପୁର ଗ୍ରାମରେ ମଦ ପିଇ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୮ ଜଣ ଅୁସସ୍ଥ ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି।

୨୦ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗୁରୁତରଙ୍କୁ କଟକ ଏସସିବି ମେଡକିାଲକୁ ସ୍ଥାନାନ୍ତର କରାଯାଇଛି।  ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ଆହତଙ୍କୁ ଭେଟିଛନ୍ତି  ଜିଲ୍ଲାପାଳ। ମୃତ ବ୍ୟକ୍ତି ଭଦ୍ରକ ନିମାଇ ସାହିର ଜଣାପଡ଼ିଛି।

ଆହତଙ୍କୁ ଭେଟିବା ପରେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହାସହ ସଂପକୃ ଅଞ୍ଚଳରେ ବ୍ୟାପକ ଚଢ଼ଉ  ହେବ ଏବଂ ମୃତ୍ୟୁର କାରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ନମୁନା ସଂଗ୍ରହ ହେବ ବୋଲି ସେ କହିଛନ୍ତି। ଘଟଣାର ବିରୋଧ କରି ସ୍ଥାନୀୟ ଲୋକେ  ପୀରହାଟରେ ରାସ୍ତାରୋକ କରିଛନ୍ତି।

ଅନ୍ୟପକ୍ଷରେ ଘଟଣାର ତଦନ୍ତ ପାଇଁ ଅବକାରୀ ସଚିବ ନିକୁଞ୍ଜ ବିହାରୀ ଧଳ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।

ଖବର ମୁତାବକ ଏପ୍ରିଲ ୨୯ରେ ଭଦ୍ରକରେ ମତଦାନ ଚାଲିଥିଲା। ମତଦାନ ସରିବା ପରେ ପୀହାଟ ନୂଆସାହିରେ ଏହି ଲୋକମାନେ ମଦ ପିଇଥିଲେ। ମଦ ପିଇବା ପରେ ଜଣେ ଜଣେ ପରେ ଅସୁସ୍ଥ ହୋଇପଡ଼ିଥିଲେ। ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ସମସ୍ତ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

Comment