ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫିଲ୍ମ ‘ହିଚକୀ’ରେ ଦମଦାର ପ୍ରଦର୍ଶନ କରିବା ପରେ ପୁଣିଥରେ ଅଭିନେତ୍ରୀ ରାନୀ ମୁଖର୍ଜୀ ଆଉ ଏକ ଦମଦାର ଚରିତ୍ରରେ ଅଭିନୟ କରିବେ। ଏଥର ରାନୀ ପୋଲିସ ଅଫିସର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

ଖୁବଶୀଘ୍ର ଫିଲ୍ମ ‘ମର୍ଦ୍ଦାନୀ ୨’ ରାନୀ ନଜର ଆସିବେ। ଏହି ଫିଲ୍ମର ରାନୀଙ୍କ ପ୍ରଥମ ଲୁକ ମଧ୍ୟ ରିଲିଜ ହୋଇସାରିଲାଣି। ଏଥିରେ ରାନୀ ପୋଲିସ ପୋଷାକରେ ନଜର ଆସିଛନ୍ତି। ପୋଲିସ ୟୁନିଫର୍ମରେ ରାନୀ ବେଶ ଇମ୍ପ୍ରେସିଭ ଲାଗୁଛନ୍ତି।

ଏହି ଫିଲ୍ମରେ ରାନୀଙ୍କର ପ୍ରଥମ ଲୁକ୍ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି।

‘ମର୍ଦ୍ଦାନୀ ୨’ ରାନୀଙ୍କ ଅଭିନୀତ ୨୦୧୪ରେ ରିଲିଜ ହୋଇଥିବା ‘ମର୍ଦ୍ଦାନୀ’ର ସିକ୍ୱେଲ। ପ୍ରଥମ ଫିଲ୍ମରେ ବି ରାନୀ ପୋଲିସ ଅଫିସର ଭାବେ ନଜର ଆସିଥିଲେ। ଏହି ଫିଲ୍ମରେ ଦର୍ଶକ ରାନୀଙ୍କ ଅଭିନୟକୁ ଖୁବ ପସନ୍ଦ କରିଥିଲେ। ପୁଣିଥରେ ‘ମର୍ଦ୍ଦାନୀ ୨’ରେ ରାନୀଙ୍କ ଏହି ଅବତାର ପରଦାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ରାନୀ ପୋଲିସ ଇନ୍ସପେକ୍ଟର  ଶିବାନୀ ଶିବାଜୀ ରାୟ ଚରିତ୍ରରେ ଅଭିନୟ କରିବୋ

ଆଦିତ୍ୟ ରାୟ ଚୋପ୍ରା ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ। ଗୋପୀ ପୁଥରନ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।

Comment