ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ତଥା କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ। କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ହ୍ୱାଟ୍ସଆପରେ ମେସେଜ୍ କରି ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅନୁଭବ ପୁରୀଘାଟ ଥାନାରେ ଏନେଇ ଅଭିଯୋଗ କରିବା ସହ ଏତଲା ଦାଏର କରିଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ ବିଳମ୍ବିତ ରାତିରେ ଅଜଣା ନମ୍ବରରୁ କେହି ଜଣେ ବ୍ୟକ୍ତି ତାଙ୍କୁ ହ୍ୱାଟ୍ସଆପରେ ମେସେଜ କରି ୧୦ ଲକ୍ଷ ଟଙ୍କା ମାଗିଛନ୍ତି। ଯଦି ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି। ତେବେ ଅନୁଭବଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ଏପ୍ରିଲ ୨୯ରେ କେନ୍ଦ୍ରାପଡ଼ା କ୍ଷେତ୍ରରେ ଭୋଟ୍ ଗ୍ରହଣ ହୋଇଥିଲା। ଠିକ୍ ଏହାର ଗୋଟିଏ ଦିନ ପରେ ଅନୁଭବଙ୍କୁ ହତ୍ୟା ଧମକ ବଡ଼ ପ୍ରଶ୍ନର ବିଷୟ ହୋଇଛି।

Comment