ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଛି। ଆମ୍ରପାଲି ଗ୍ରୁପ ବିରୋଧରେ ଧୋନି ଦେଇଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରିଛନ୍ତି।

ଏହି ମାମଲାର ଶୁଣାଣି କରି ୨୦୦୯ରୁ ୨୦୧୬ ମଧ୍ୟରେ ଆମ୍ରପାଲି ଗ୍ରୂପ ଓ ଧୋନିଙ୍କ ମଧ୍ୟରେ ହୋଇଥିବା ସମସ୍ତ ଆର୍ଥିକ କାରବାରର ତଥ୍ୟ ଦେବାକୁ ଆମ୍ରପାଲି ଗ୍ରୁପକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଗୁରୁବାର ମଧ୍ୟରେ ଏହି ତଥ୍ୟ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ଦୁଇ ଦିନ ତଳେ ଧୋନି ଆମ୍ରପାଲି ଗ୍ରୁପ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

ଆମ୍ରପାଲି ଗ୍ରୁପ୍ ପକ୍ଷରୁ ପେଣ୍ଟହାଉସ୍ ନଦିଆଯିବା ଏବଂ ବକେୟା ଅର୍ଥ ଫେରି ପାଇବା ପାଇଁ ଧୋନି ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ।

ପିଟସନ୍‌ ଅନୁଯାୟୀ, ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ଧୋନି ଆମ୍ରପଲି ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ପାଇଁ ବିଧିବଦ୍ଧ ଭାବେ ଚୁକ୍ତି ସ୍ୱାକ୍ଷର କରିଥିଲେ। ହେଲେ କମ୍ପାନି ତାଙ୍କୁ ଧୋକା ଦେଇଛି। ୨୦୧୬ରେ ଧୋନି ଆମ୍ରପାଲି ଗ୍ରୁପ୍‌ଠାରୁ ଅଲଗା ହେବା ପରେ କମ୍ପାନି ତାଙ୍କ ବାକିଥିବା ଟଙ୍କା ଫେରାଇ ନାହିଁ। ସେ ରାଞ୍ଚିରେ ଆମ୍ରପାଲି ସଫାରିରେ ଏକ ପେଣ୍ଟହାଉସ୍ ବୁକ୍ କରିଥିଲେ। ତାହା ମଧ୍ୟ ମିଳିନାହିଁ।

କମ୍ପାନି ଉପରେ ଧୋନିଙ୍କ ମୋଟ ୩୮.୯୫ କୋଟି ଟଙ୍କା ବାକି ରହିଛି। ସେଥିମଧ୍ୟରୁ ୨୨.୫୩ କୋଟି ମୂଳଧନ ଥିବା ବେଳେ ୧୬.୪୨ କୋଟି ସୁଧ ରହିଛି।

Comment