ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସରିଛି ରାଜ୍ୟରେ ଶେଷ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ସଂଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୬୭.୫ପ୍ରତିଶତ ମତଦାନ ହୋଇଛି।

ମୟୂରଭଞ୍ଜରେ ୬୬, ଯାଜପୁରରେ ୬୫, କେନ୍ଦ୍ରାପଡ଼ାରେ ୬୫ ,ଜଗତସିଂହପୁରରେ ୬୪ , ଭଦ୍ରକରେ ୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ଅନ୍ୟପଟେ ରାଜ୍ୟରେ ବାତ୍ୟାଭୟ ଥିବାରୁ ଇଭିଏମ ସୁରକ୍ଷା ନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି।

ଶେଷ ପର୍ଯ୍ୟାୟରେ ୬ ଲୋକସଭା ସହ ୪୧ ବିଧାନସଭା ଆସନ ଲାଗି ମତଦାନ ହୋଇଥିଲା। ୬ ଲୋକସଭା ଲାଗି ୫୨ ଜଣ ପ୍ରାର୍ଥୀ ଓ ୪୧ ବିଧାନସଭା ଆସନ ଲାଗି ୩୩୬ଜଣ ପ୍ରାର୍ଥୀ ମଇଦାନରେ ଥିଲେ। ଯେଉଁମାନଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ଆସନ୍ତା ମେ ୨୩ରେ ପ୍ରକାଶ ପାଇବ ରେଜଲ୍ଟ।

Comment