ଓଡ଼ିଶାଲାଇଭ ବ୍ୟୁରୋ

ଭଦ୍ରକ ଜିଲ୍ଲା  ତିହିଡି ଥାନା ଅନ୍ତର୍ଗତ ଦୌଲତପୁର ଏବଂ ନିମାଇସାହିରେ ମଦ ପିଇ ମୃତକଙ୍କ ସଂଖ୍ୟାରେ ୮କୁ ବୃଦ୍ଧି ପାଇଛି। ପୂର୍ବରୁ ବିଶାକ୍ତ ମଦ ପିଇ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଜଣ ଗୁରୁତର ଅସୁସ୍ଥ ହୋଇଥିଲେ। ଅସୁସ୍ଥଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି, ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଯାହାସୂଚନା ମିଳିଛି ଚିକିତ୍ସାଧୀନଅବସ୍ଥାରେ ଭଦ୍ରକ ମେଡିକାଲରେ ଗତକାଲି ରାତିରେ ଆଉ ୩ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ ପାଖାପାଖି ୧୦୦ରୁ ଅଧିକ ଲୋକଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ତିହିଡି ଥାନା ଦୌଲତପୁର ଓ ନିମାଇସାହି ଗାଁର ବୋଲି ଜଣାପଡ଼ିଛି। ଏବେ ବି ୩୫ଜଣ ଚିକିତ୍ସିତ ହେଉଛନ୍ତି।

ଖବର ମୁତାବକ, ଏପ୍ରିଲ ୨୯ରେ ଭଦ୍ରକରେ ମତଦାନ ଚାଲିଥିଲା। ମତଦାନ ସରିବା ପରେ ପୀରହାଟ ନୂଆସାହିରେ ଲୋକମାନେ ମଦ ପିଇଥିଲେ। ମଦ ପିଇବା ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ଅସୁସ୍ଥଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

ଅବସ୍ଥାରେ ଗୁରୁତର ହେବାରୁ ଅସୁସ୍ଥଙ୍କୁ କଟକ ଏସ୍‌ସିବି ମେଡକିାଲକୁ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ମେଡିକାଲରେ ଅସୁସ୍ଥଙ୍କୁ ଭଦ୍ରକ ଜିଲ୍ଲାପାଳ ଭେଟିବା ପରେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୃତ୍ୟୁର କାରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ନମୁନା ସଂଗ୍ରହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ସେ କହିଛନ୍ତି।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ସୃଷ୍ଠି ହୋଇଛି। ଘଟଣାକୁ ବିରୋଧ କରି ସ୍ଥାନୀୟ ଲୋକେ ପୀରହାଟରେ ରାସ୍ତାରୋକ କରିଛନ୍ତି।ତେବେ ଲୋକେ ପିଇଥିବା ମଦ କେଉଁଠୁ ଆସିଥିଲା ସେ ନେଇ ଅବକାରୀ ବିଭାଗ ଖୋଳତାଡ଼ ଆରମ୍ଭ କରିଛି।

Comment