ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ଏକ ବଡ଼ ଧରଣର ନକ୍ସଲ ହମ୍‌ଲା ହୋଇଛି। ନକ୍ସଲଙ୍କ IED ବିସ୍ଫୋରଣରେ ୧୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ସୂଚନା ମିଳିଛି।

ନକ୍ସଲମାନେ IED ବିସ୍ଫୋରଣ କରି ପୋଲିସ୍‌ ପେଟ୍ରୋଲିଂ ଗାଡ଼ି ଉଡ଼ାଇ ୧୫ ଜଣ ଯବାନଙ୍କ ଜୀବନ ନେଇଛନ୍ତି।

ମୃତ ସୁରକ୍ଷାକର୍ମୀମାନେ ହେଲେ ଗଡ଼ଚିରୋଲି ପୋଲିସର ନକ୍ସଲ ନିରୋଧୀ ବାହିନୀ ସି-୬୦ କମାଣ୍ଡୋ।

ନକ୍ସଲ ଘଟାଇଥିବା ଏହି ଅଭାବନୀୟ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ନିନ୍ଦା କରିଛନ୍ତି।

Comment