ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ଏପ୍ରିଲରେ ସର୍ବାଧିକ ଜିଏସଟି କର ସଂଗ୍ରହ ହୋଇଛି। ୨୦୧୯ ଏପ୍ରିଲ ମାସରେ ମୋଟ୍ ୧,୧୩,୮୬୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି। ଜିଏସଟି ଲାଗୁ ହେବାଠାରୁ ଏପର୍ଯ୍ୟନ୍ତ ଅଧିକ ଜିଏସଟି ସଂଗ୍ରହ ହୋଇଛି।
ଜିଏସଟି ମଧ୍ୟରୁ ୨୧,୧୬୩ କୋଟିର ସିଜିଏସଟି, ୨୮,୮୦୧ କୋଟି ଟଙ୍କାର ଏସଜିଏସଟି, ୫୪,୭୩୩ କୋଟି ଟଙ୍କାର ଆଇଜିଏସଟି (ଆମଦାନୀରୁ ସଂଗୃହୀତ ୨୩,୨୮୯ କୋଟି ଟଙ୍କା) ଏବଂ ୯,୧୬୮ କୋଟି ଟଙ୍କାର ସେସ୍ (ଆମଦାନୀରୁ ସଂଗୃହୀତ ୧,୦୫୩ କୋଟି ଟଙ୍କା)।
ମାର୍ଚ୍ଚରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଫାଇଲ ହୋଇଥିବା ମୋଟ ଜିଏସଟିଆର ୩ବି ରିଟର୍ଣ୍ଣ ସଂଖ୍ୟା ୭୧.୧୩ ଲକ୍ଷ।
ସରକାର ସିଜିଏସଟିରେ ୨୦,୩୭୦ କୋଟି ଏବଂ ଏସଜିଏସଟିରେ ୧୫,୯୭୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୨୦୧୯ ଏପ୍ରିଲ ମାସରେ ସିଜିଏସଟି ବାବଦରେ ୪୭,୫୩୩ କୋଟି ଏବଂ ଏସଜିଏସଟି ବାବଦରେ ୫୦, ୭୬୬ କୋଟି ଟଙ୍କା ପାଇଛନ୍ତି ।
୨୦୧୮ ଏପ୍ରିଲରେ ମୋଟ ୧,୦୩, ୪୫୯ କୋଟି ଟଙ୍କା ଆଦାୟ ହୋଇଥିଲା। ୨୦୧୯ ଏପ୍ରିଲରେ ଶତକଡ଼ା ୧୦.୦୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮-୧୯(୯୮,୧୧୪ କୋଟି) ଆର୍ଥିକ ବର୍ଷର ହାରାହାରି ମାସିକ ଜିଏସଟି ଆଦାୟ ତୁଳନାରେ ୨୦୧୯ ଏପ୍ରିଲ ମାସରେ ୧୬.୦୫ ପ୍ରତିଶତ ଅଧିକ ବୃଦ୍ଧି ହୋଇଛି ।