ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରଣବୀର ସିଂହ ଏବେ ବଲିଉଡ୍ର ସବୁଠୁ ସଫଳ ଅଭିନେତାଙ୍କ ତାଲିକାରେ ନିଜର ନାମ ଯୋଡ଼ିଛନ୍ତି। ଫିଲ୍ମ ଜଗତରେ ପାଦ ଦେବା ଦିନଠାରୁ ଗୋଟିଏ ପରେ ଗୋଟିଏ ଭଲ ଫିଲ୍ମ ଭେଟି ଦେଇ ଦର୍ଶକଙ୍କ ଅନ୍ୟତମ ପ୍ରିୟ ଅଭିନେତା ପାଲଟିଛନ୍ତି ସେ।

ସେ ଦୃଷ୍ଟିରୁ ଦେଖିଲେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେମାନେ ତାଙ୍କର ନୂଆ ଫଟୋ ପୋଷ୍ଟକୁ ଅପେକ୍ଷା କରିଥାନ୍ତି।

ନିକଟରେ ରଣବୀର ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିବାବେଳେ ତାହା ଖୁବ୍ ଭାଇରାଲ୍ ହେଉଛି। ତାହା ତାଙ୍କର ଆଗାମୀ ଫିଲ୍ମ ‘୮୩’ର ଲୁକ୍ ହୋଇପାରେ ବୋଲି ଆକଳନ କରାଯାଉଛି।

ସେଥିରେ ରେଟ୍ରୋ ଲୁକରେ ସେ ବିଲକୁଲ କ୍ରିକେଟର କପିଲ ଦେବଙ୍କ ଭଳି ଲାଗୁଛନ୍ତି। ରଣବୀର ଏବେ କପିଲ ଦେବଙ୍କ ବାୟୋପିକ  ‘୮୩’ରେ କାମ କରୁଛନ୍ତି। ସେଥିରେ ଭାରତ ୧୯୮୩ ବିଶ୍ୱକପ୍ ଜିତିବାର କଥାକୁ ଅବତାରଣା କରାଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କବିର ଖାନ୍।

Comment