ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଓଡ଼ିଶାରେ ମୋଟ ୭୩.୦୮ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର ସୁରେନ୍ଦ୍ର କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୭୩.୭୬, ଦ୍ୱିତୀୟ ପର୍ଯ୍ୟାୟରେ ୭୨.୫୬, ତୃତୀୟ ପର୍ଯ୍ୟାୟରେ ୭୧.୬୨, ଚତୁର୍ଥ ପର୍ଯ୍ୟାୟରେ ୭୪.୫୦ ପ୍ରତିଶତ ମତଦାନ ହୋଇଛି।

ଲୋକସଭା କ୍ଷେତ୍ରରେ ନବରଙ୍ଗପୁରରେ ସର୍ବାଧିକ ୭୮.୮୯ ପ୍ରତିଶତ ମତଦାନ ହୋଇଥିଲାବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ମତଦାନ ହୋଇଛି।

ବିଧାନସଭା କ୍ଷେତ୍ରରେ କୋଟପାଡ଼ରେ ସର୍ବାଧିକ ୮୬.୮୩ ପ୍ରତିଶତ ମତଦାନ ହୋଇଥିଲାବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୪୩.୦୪ ପ୍ରତିଶତ ମତଦାନ ହୋଇଛି।

Comment