ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଅଟୋ ଡ୍ରାଇଭରର ସମ୍ପତ୍ତି କେତେ ହେବ? ଲକ୍ଷେ କି ଦୁଇ ଲକ୍ଷ ହେବ। କିନ୍ତୁ  ବେଙ୍ଗାଲୁରୁରେ ଜଣେ କୋଟିପତି ଡ୍ରାଇଭରର ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଏହି ଅଟୋ ଡ୍ରାଇଭରଙ୍କ ନାମ ହେଉଛି ନଲୁରଲ୍ଲୀ ସୁବ୍ରମଣୀ। ବେଙ୍ଗାଳୁରୁ ହ୍ୱାଇଟଫିଲ୍ଡରେ ସେ ୨ କୋଟି ଟଙ୍କାର ବିଲ୍ଡିଂ କିଣିଛନ୍ତି। ଏହି ବିଲ୍ଡିଂ ଉପରେ ଆୟକର ବିଭାଗର ନଜର ପଡ଼ିଥିଲା। ତାଙ୍କ ସମ୍ପତ୍ତି  ଦେଖି ଆୟକର ଅଧିକାରୀ ନୋଟିସ୍ ପଠାଇଥିଲେ ବି ଏହାର ଜବାବ ରଖିନଥିଲେ। ଏହା ପରେ ଆୟକର ବିଭାଗ ଅଟୋ ଡାଇଭ୍ରରଙ୍କ ଘରେ ରେଡ୍‌ ମାରିଥିଲେ।

ଅଟୋ ଡ୍ରାଇଭର ଜଣଙ୍କ କୋଟିପତି ହେବା ପଛରେ ମଧ୍ୟ କାରଣ ରହିଛି। ଜଣେ ଆମେରିକୀୟ ମହିଳାଙ୍କ ଯୋଗୁଁ ତାଙ୍କ ଭାଗ୍ୟ ବଦଳଥିବା ସେ କହିଛନ୍ତି। ହ୍ୱାଇଟଫିଲ୍ଡରେ ଆମେରିକୀୟ ମହିଳା ଜଣଙ୍କ ଏହି ବିଲ୍ଡିଂ କିଣିଥିଲେ। ପରେ କିନ୍ତୁ ଆମେରିକା ପଳାଇବାରୁ ସେ ଏହି ଘରକୁ ତାଙ୍କ ନାମରେ କରିଦେଇଥିଲେ। ସେବେଠୁ ଅଟୋ ଚଳାଇବା ଛାଡ଼ି ଦେଇଥିବା କହିଛନ୍ତି ନଲୁରଲ୍ଲୀ।

ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ନଗଦ ୭ କୋଟି ୯ ଲକ୍ଷ ଟଙ୍କା ମିଳିଛି। ଅନ୍ୟପକ୍ଷରେ ଅଟୋ ଡ୍ରାଇଭର ସୁବ୍ରମଣି ଫାଇନାନ୍ସ ବ୍ୟବସାୟ କରୁଥିବା ଜଣାପଡ଼ିଛି। ଲୋକଙ୍କୁ ଟଙ୍କା ଦେଇ ତାହା ବାବଦରେ ସୁଧ ଆଦାୟ କରୁଥିବା ଅଭିଯୋଗ ରହିଛି। ଡେକାନ କ୍ରୋନିକଲ ଖବର ଅନୁସାରେ, ବିଲ୍ଡିଂ ପାଇଁ ସୁବ୍ରମଣି ମୋଟା ଅଙ୍କର ଟଙ୍କା ଦେଇଛନ୍ତି। ଏହାଛଡ଼ା କିଛି ନେତାଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିଛି।

Comment