ଓଡ଼ିଶାଲାଇଭ ବ୍ୟୁରୋ

ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇ ଏବେ ଓଡ଼ିଶାମୁହାଁ ହୋଇଛି ବାତ୍ୟା ‘ଫନି’। ଘଣ୍ଟାପ୍ରତି ୧୬କିମି ବେଗରେ ମାଡ଼ିଆସୁଛି ବାତ୍ୟା ‘ଫନି’। ‘ଫନି’କୁ ନେଇ ପାଣିପାଗ ବିଭାଗରୁ ବର୍ତ୍ତମାନ ସମୟର ଏକ ବଡ଼ଖବର ସାମ୍ନାକୁ ଆସୁଛି।

‘ଫନି’ ଆସନ୍ତାକାଲି ଅପରାହ୍ନ ନୁହଁ ସକାଳ ୧୦ରୁ ୧୨ ଭିତରେ ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଛି। ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ଅଧିକ ରହିବ। ଘଣ୍ଟାପ୍ରତି ପବନର ବେଗ ୧୭୦ରୁ ୧୮୦ କିମି ରହିବ। ସ୍ଥଳ ବିଶେଷରେ ପବନର ବେଗ ୨୦୦କିମି ବି ରହିପାରେ।

ସେପଟେ ‘ଫନି’ ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ଆଉ କିଛି ଜିଲ୍ଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଆଜି ସଂଧ୍ୟାସୁଦ୍ଧା ୮ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।

‘ଫନି’ ମୁକାବିଲା ଲାଗି ରାଜ୍ୟସରକାର ପୂରା ପ୍ରସ୍ତୁତ ଅଛନ୍ତି। ଲୋକମାନଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ଅଣାଯିବ ତାହା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟସରକାର।

Comment