ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାମୁହାଁ ବାତ୍ୟା ‘ଫନି’। ପୁରୀଠାରୁ ମାତ୍ର ୪୨୦ କିମି ଦୂରରେ ଅଛି ‘ଫନି’। ଭାରତୀୟ ପାଣିପାଗ ବିଭାଗ ସୂଚନାନୁସାରେ ଏହା ଏବେ ଘଣ୍ଟାକୁ ୧୫କିମି ବେଗରେ ଓଡ଼ିଶା ଆଡ଼କୁ ମୁହାଁଉଛି। ‘ଫନି’ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଛି।

ଯାହା ସୂଚନା ମିଳିଛି ପୁରୀ, ଗଜପତି,ଗୋପାଳପୁର, ଭୁବନେଶ୍ୱରରେ ଝିପିଝିପି ବର୍ଷା ଆରମ୍ଭ ହୋଇସାରିଛି। ଏହା ସହିତ ଅନ୍ୟକେତୋଟି ଜିଲ୍ଲାରେ ପାଗ କୋହଲା ଅଛି। ଯେଉଁଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ ସେସବୁ ସ୍ଥାନରେ ଘନଘନ ବୈଠକ ବସୁଛି। ଜିଲ୍ଲାପ୍ରଶାସନ ସବୁ ପରିସ୍ଥିତି ଲାଗି ପୂରା ସଜାଗ ରହିଛି।

ସୂଚନନୂସାରେ ଏହା ଆସନ୍ତାକାଲି ଅପରାହ୍ନ ରେ ସ୍ଥଳଭାଗ ଛୁଇଁବ। ‘ଫନି’ ଓଡ଼ିଶାରେ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ ରହିବ। କିଛି ସ୍ଥାନରେ ପବନର ବେଗ ୨୦୦ କିମି ରହିପାରେ। ସେହିପରି ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟାପ୍ରତି ଅଧିକ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରୁଛି। ଏହା ଚାନ୍ଦବାଲି-ଗୋପାଳପୁର ମଧ୍ୟ ପୁରୀ ପାଖରେ ଲ୍ୟାଣ୍ଡଫଲ କରିବ।

Comment