ଓଡ଼ିଶାଲାଇଭ ବ୍ୟୁରୋ

୯୭ଲକ୍ଷ ୪୦ହଜାର ଲୋକଙ୍କୁ SMS ମାଧ୍ୟମରେ  ସତର୍କ କରାଯାଇଛି।

ବାତ୍ୟା ‘ଫନି’ ଲାଗି ସରକାର ପୂରା ପ୍ରସ୍ତୁତ। ଏନଡିଆରଏଫ, ଓଡ୍ରାଫ, ଫାୟର ୟୁନିଟ୍, ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରଶାସନ ପୂରା ପ୍ରସ୍ତୁତ ଅଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସଂଧ୍ୟାସୁଦ୍ଧା ଫନି ଦ୍ୱାରା ପ୍ରଭାବିତ ହେବାକୁଥିବା ଜିଲ୍ଲାମାନଙ୍କରେ ୮ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।

ଯାହା ସୂଚନାମିଳିଛି ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନାନୁସାରେ ଏ ପର୍ଯ୍ୟନ୍ତ ପାଖାପାଖି ୨୫ହଜାର ୪୨୫ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି। ଏହାସହିତ ଏହି ପ୍ରକ୍ରିୟା ଜାରି ରହିଛି। ଏହାସହିତ ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି।

“ପ୍ରତିଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଇଛି। ୧ଲକ୍ଷ ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ ଅଛି। ଆବଶ୍ୟକ ପଡ଼ିଲେ ଏୟାରଡ୍ରପିଂ ମାଧ୍ୟମରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। NDRFର ୨ଟି ଟିନ୍ ପ୍ରସ୍ତୁ ଅଛନ୍ତି। ଓଡ୍ରାଫର ୨୦ରୁ ୧୮ଟି ଟିମ୍ ପ୍ରସ୍ତୁତ ଅଛନ୍ତି। ଅଗ୍ମିଶମ ବିଭାଗର ୫୨୫ ଟିମ୍ ନିୟୋଜିତ ଅଛନ୍ତି। ୭୦ଜଣ ଅଫିସରଙ୍କୁ ୯ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ୯୭ଲକ୍ଷ ୪୦ହଜାର ଲୋକଙ୍କୁ SMS ମାଧ୍ୟମରେ  ସତର୍କ କରାଯାଇଛି। ”

Comment