ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ରଚିଛି ତାଣ୍ଡବ। ଏହାଦ୍ୱାରା ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ଆକାଶମାର୍ଗରୁ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ ସ୍ଥିତି ସମୀକ୍ଷା ପରେ ଗଣାମାଧ୍ୟମ ପ୍ରତିନିଧିଙ୍କ ସହ ବାତ୍ୟା ଫନି ବାବଦରେ କଥା ହୋଇଥିଲେ। ସେ କହିଛନ୍ତି, ”ଫନି ଆସିବା ଆଗରୁ କେନ୍ଦ୍ର ସରକାର ୩୪୧ କୋଟି ସହାୟତା ଓ ବାତ୍ୟା ଫନି ପରେ ସ୍ଥିତିର ସମୀକ୍ଷା ପରେ ଅତିରିକ୍ତ ଭାବେ ୧୦୦୦ କୋଟିର ସହାୟତା ଘୋଷଣା କରାଯାଇଛି।”

ଜୀବିନ ଜୀବିକା ପାଇଁ ଦୀର୍ଘମିଆଦି ବୃତ୍ତି ଉପରେ ଭାରତସରକାର ଅଧିକ ଗୁରୁତ୍ବ  ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ବାତ୍ୟା ପରେ ସ୍ୱାସ୍ଥ୍ୟ ସେବା ଉପରେ ଯତ୍ନଦେବା, ପଶୁ ସମ୍ପଦରେ ଯାହା କ୍ଷତି ହୋଇଛି ତାହା ଉପରେ ଅଧିକ ଗୁରୁତ୍ୱ ଓ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ରାଜ୍ୟସରକାରଙ୍କୁ ପରାମର୍ଶ ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ଆକାଶମାର୍ଗକୁ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ବ୍ରହ୍ମଗିରି,  ନିମାପଡ଼ା, ଅସ୍ତରଙ୍ଗ, ଗୋପ, ପପିଲି, କାକଟପୁର, ବାଲିଅନ୍ତ, ବାଲିପାଟଣା, ଜଟଣୀ  ଓ ଭୁବନେଶ୍ୱର ସହରର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

‘’ବାଲୁଖଣ୍ଡ, ଗୋପ, ନିମାପଡ଼ା, ଅସ୍ତରଙ୍ଗ ସମେତ ଆଖପାଖ ଗାଁରେ ଅନେକ କ୍ଷତି ହୋଇଛି। ଏହି ସବୁ ଗାଁ କଣ ହରାଇଛି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବନି।

ଫନି ଓଡ଼ିଶାଲାଗି ଏକ ଅପୁରଣୀୟ କ୍ଷତି। ଏହିସବୁ ଅଞ୍ଚଳଗୁଡ଼ିକରେ କଚ୍ଚା ଓ ପକ୍କା ଘର ସବୁକିଛି ବିଛିନ୍ନ ହୋଇଯାଇଛି। ଜଗନ୍ନାଥ ମନ୍ଦିର ପରିସରରେ ଥିବା କଳ୍ପବଟ ବୃକ୍ଷକୁ ଦେଖି ପ୍ରଧାନମନ୍ତ୍ରୀ ବାବବିହ୍ୱଳ ହୋଇଗଲେ। ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିରରେ  ଯାହା କ୍ଷତି ହୋଇଛି ତାହାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ସିଧାସଳଖ ଏଏସଆଇ ଅଧିକାରୀଙ୍କ ସହ କଥା ହେବେ। ମରାମତି ନେଇ ଖୁବଶୀଘ୍ର କାମ ଆରମ୍ଭ ହେବ’’ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Comment