ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ରେ ଓଡ଼ିଶାରେ ମୋଟ ୩୫ ଜଣ ପ୍ରାଣ ହରାଇଛନ୍ତି। ସୋମବାର ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି। ବାତ୍ୟା ‘ଫନି’ରେ ପୁରୀ ଜିଲ୍ଲାରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ମୟୂରଭଞ୍ଜରେ ୪ ଏବଂ ଯାଜପୁରରେ ୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।

ସେହିପରି ‘ଫନି’ ପ୍ରଭାବରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଯଥାକ୍ରମେ ୩ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଜାରିକରାଯାଇଛି।

ଏସ୍ଆର୍‌ସି ରିପୋର୍ଟ ଅନୁଯାୟୀ, ଓଡ଼ିଶାର ୧୪ଟି ଜିଲ୍ଲାର ୧୫୫ ବ୍ଲକ୍ ବାତ୍ୟା ‘ଫନି’ରେ ପ୍ରଭାବିତ ହୋଇଛନ୍ତି। ଫନି’ର ପ୍ରଭାବରେ ରାଜ୍ୟର ୧୬,୦୭୪ ଗାଁର ପାଖାପାଖି ୧,୪୦,୬୦,୬୦୨ ଲୋକ ପ୍ରଭାବିତ ହୋଇଛନ୍ତି।

Comment