ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସାରାଦେଶରେ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ବାକିରହିଛି ଆଉ ୨ଟି ପର୍ଯ୍ୟାୟ ନିର୍ବାଚନ। ପୂରାଦେଶରେ ୪୨୪ ଆସନ ଲାଗି ନିର୍ବାଚନ ସରିଛି। ବାକିରହିଛି ୧୧୮ ଆସନ ଲାଗି ନିର୍ବାଚନ। ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି।

ଏବେ ଆସନ୍ତୁ ଜାଣିବା ଏ ଯାଏଁ କେଉଁ ରାଜ୍ୟରେ କେତୋଟି ଆସନରେ ନିର୍ବାଚନ ହୋଇଛି ଆଉ କେତୋଟି ଆସନରେ ନିର୍ବାଚନ ହେବା ବାକି ରହିଛି।

୧୧୮ଟି ଆସନ ଲାଗି ମେ’ ୧୨ରେ ଷଷ୍ଠ ପର୍ଯ୍ୟାୟ ଓ ୧୯ ମେ’ରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ।

ଷଷ୍ଠ ପର୍ଯ୍ୟାୟରେ ବିହାରରେ ୮ଟି ଆସନ, ହରିୟାଣାରେ ୧୦, ଝାଡ଼ଖଣ୍ଡରେ ୧୦,ମଧ୍ୟପ୍ରଦେଶରେ ୮, ଉତ୍ତରପ୍ରଦେଶରେ ୧୪, ପଶ୍ଚିମବଙ୍ଗରେ ୮ଟି, ଦିଲ୍ଲୀରେ ୭ଟି ଆସନ ଲାଗି ଭୋଟିଂ ହେବ।

କେଉଁ କେଉଁ ରାଜ୍ୟରେ ସରିଛି ନିର୍ବାଚନ

ଏ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ଅନେକ ରାଜ୍ୟରେ ନିର୍ବାଚନ ସରିଛି। ଆନ୍ଧ୍ର ପ୍ରଦେଶ, ଅରୁଣାଚଳପ୍ରଦେଶ, ଆସାମ, ଛତିଶଗଡ଼, ଗୋଆ ଗୁଜୁରାଟ, ଜମ୍ମ-କଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ରାଜସ୍ଥାନ, ସିକିମ୍, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ, ଆଣ୍ଡାମାନ ନିକୋବର, ଦାଦ୍ରାନଗର ହାବେଳୀ, ପୁଡ଼ୁଚେରୀ ଭଳି ସ୍ଥାନରେ ନିର୍ବାଚନ ସରିଛି। ସେଠାରେ ଆଶାୟୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି।

Comment