ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାରିପଦାର ହରି ବଳଦେବ ଜୀଉଙ୍କ ରଥ ଅନୁକୂଳ ହୋଇଥିଲା। ପରମ୍ପରା ମୁତାବକ ଆଜି ବାରିପଦାର ହରିବଳଦେବ ଜୀଉଙ୍କ ମନ୍ଦିର ପାର୍ଶ୍ୱରେ ଥିବା ରଥଖଳାରେ ପୂଜାର୍ଚ୍ଚନା କରାଯାଇଥିଲା। ରଥ ମହାପାତ୍ରଙ୍କ ଉପସ୍ଥିତିରେ ହରିବଳଦେବ ଜୀଉଙ୍କ ପୂଜକମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ପୂଜାର୍ଚ୍ଚନା ପରେ ଆସନ୍ତା କାଲିଠାରୁ ବିଧିବଦ୍ଧ ଭାବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମରେ ବଢେଇ ମହାରଣାମାନଙ୍କ ସହିତ ଅନ୍ୟାନ୍ୟ କାରିଗରମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

Comment