ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ ଯିବାର ପାଞ୍ଚ ଦିନ ବିତିଥିଲେ ମଧ୍ୟ ସ୍ମାର୍ଟ ସିଟି ଭୁବନେଶ୍ୱରର ଅନେକ ରାସ୍ତାରୁ ଗଛ ହଟାଯାଇ ପାରିନି। ବିଭିନ୍ନ କଲୋନି ରାସ୍ତାରେ ଗଛ ରାସ୍ତା ଉପରେ ଶୋଇ ରହିଛି। ଫଳରେ ଲୋକେ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି।

ଭୁବନେଶ୍ୱରର ପ୍ରମୁଖ ସ୍ଥାନ କୁହାଯାଉଥିବା ସହିଦନଗରର ବିଭିନ୍ନ ରାସ୍ତାରେ ବଡ଼ ବଡ଼ ଗଛ ସବୁ ଏବେ ରାସ୍ତା ଉପରେ ଶୋଇ ରହିଥିବା ଦେଖିବାକୁ ମିଳିଛି। ସହିଦନଗରସ୍ଥିତ ହାପି ଆୱାର୍ସ ସ୍କୁଲ୍ ସମ୍ମୁଖ ରାସ୍ତାରେ ଏବେ ବି ଗଛ ଭାଙ୍ଗି ପଡ଼ିଥିବା ବେଳେ ଏହି ରାସ୍ତାରେ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ରହିଛି।

ସେହିପରି ସହିଦନଗରର ସେନସୋରୀ ପାର୍କର ଦୁଇ ଛକିଆ ରାସ୍ତାରେ ସମାନ ପରିସ୍ଥିତି ଦେଖାଦେଇଛି। ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ନଇଁ ପଡ଼ିଛି। ସେହି ରାସ୍ତାରେ କିଛି ଲୋକ ଗାଡ଼ି ନେଇ ଯାଉଥିଲା ବେଳେ ଏହା କିନ୍ତୁ ଆଦୌ ସୁରକ୍ଷିତ ମନେ ହେଉନାହିଁ।

ଏନ୍‌ଡିଆରଏଫ୍‌, ଅଗ୍ନିଶମ କର୍ମଚାରୀ ଗଛ ହଟାଇବା କାମରେ ଲାଗିଥିଲେ ମଧ୍ୟ ସହରର ଭିତର ରାସ୍ତାରୁ କେବେ ଗଛ ହଟୁଛି ତାହା ଅପେକ୍ଷା କରି ଦେଖିବାର କଥା।

Comment