ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନିପରେ ଅତି ଆବଶ୍ୟକ ସେବା ବିଶେଷ ଭାବେ ପ୍ରଭାବିତ ହୋଇଛି। ଲୋକଙ୍କର ସବୁଠୁ ଅଧିକ ସମସ୍ୟା ହୋଇଛି ପାଣି ସମସ୍ୟା। ଏହାରି ଭିତରେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ରାଜଧାନୀରେ କର୍ତ୍ତବ୍ୟରେ ଥିବା ଟ୍ରାଫିକ ପୋଲିସ୍। ଭୁବନେଶ୍ବର ଟ୍ରାଫିକ ଥାନା ପକ୍ଷରୁ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ଥିବା ଟ୍ରାଫିକ ଅଧିକାରୀଙ୍କ ଲାଗି ମୋବାଇଲ ଟ୍ୟାଙ୍କର ଜରିଆରେ ପିଇବା ପାଣି ଯୋଗାଇ ଦିଆଯାଉଛି।

ଟ୍ରାଫିକ ଥାନା ପକ୍ଷରୁ ମୋବାଇଲ ଟ୍ୟାଙ୍କର ମାଧ୍ୟରେ ଦିନକୁ ଦୁଇ ଥର ଟ୍ରାଫିକ ଅଧିକାରୀ ମାନଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଛି।

“ଯେଉଁ ପାଣି ଟ୍ରାଫିକ ପୋଲିସଙ୍କ ପାଇଁ ସେଥିରୁ କିଛିପାଣି ବସ୍ତି ବାସିନ୍ଦାଙ୍କ ସହ ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ ମଧ୍ୟ ସେହି ପାଣି ପିଇବା ଲାଗି ବ୍ୟବହାର କହିଛନ୍ତି।” ଓଡ଼ିଶାଲାଇଭ ଟିମ ସହ କଥା ହେବା ବେଳେ ହୋମଗାର୍ଡ ତଥା ଟ୍ୟାଙ୍କର ଡ୍ରାଇଭର ଦୁର୍ଗାଚରଣ ମଲ୍ଲିକ କହଛନ୍ତି। ପୋଲିସର ଏହି ପଦକ୍ଷେପକୁ ତୃଷାମେଣ୍ଟାଉଥିବା ଲୋକେ ପ୍ରଶଂସା କରିଛନ୍ତି।

Comment