ଓଡ଼ିଶାଲାଇଭ ବ୍ୟୁରୋ

ସ୍ମାର୍ଟସିଟି ଭୁବନେଶ୍ବର ବିଭିନ୍ନ ବସ୍ତିର ମୋଟ ୬୬ରୁ ଉର୍ଦ୍ଧ୍ବ ଓ୍ବାର୍ଡରେ ବିଏମସି ପକ୍ଷରୁ ମଙ୍ଗଳବାରଠୁ ଆରମ୍ଭ ହୋଇଛି ଲୋକଙ୍କୁ ବାତ୍ୟା ସହାୟତା ଦେବା।

୨୩ ହଜାରରୁ ଅଧିକ ବିପନ୍ନଙ୍କୁ ସହାୟତା ରାଶି  ପରିବାର ପିଛା ୨୫୦୦ ଟଙ୍କା ପ୍ରଦାନ କରାଯାଉଛି। ଯେଉଁଥିରେ ରିଲିଫ୍ ବାବଦକୁ ୨୦୦୦ ଓ ପଲିଥିନ୍ ବାବଦକୁ ୫୦୦ ଟଙ୍କା ପ୍ରଦାନ କରାଯାଉଛି।

ଲୋକଙ୍କୁ ରିଲିଫ ସହାୟତା ଲାଗି ୨୫. ୫ କୋଟି ଟଙ୍କା ବ୍ୟୟଅଟକଳ ହୋଇଥିବା ବିଏମସି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି।

ସେହିପରି ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଆଇନ ଅଧିନରେ ଥିବା ରାଜଧାନୀରେ ମୋଟ ୧ ଲକ୍ଷ ୪ ହଜାର ୮୧୪ ପରିବାରକୁ ଏହି ସହୟତା ରାଶି ବଣ୍ଟନ କରାଯିବ। ଯେଉଁଥିରେ ୩ ଲକ୍ଷ ୮୪ ହଜାର ୪୭୦ ଜଣ ଉପକୃତ ହୋଇପାରିବେ।

ସରକାର ୨୫୦୦ ଟଙ୍କା ସହିତ ଏକକାଳୀନ ୫୦ କିଲୋ ଚାଉଳ ଯୋଗାଇଦିଆଯିବ ବୋଲି ଘୋଷଣା କରାଯାଇଥିଲେ ସୁଦ୍ଧା ଲୋକଙ୍କୁ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି।

ରିଲିଫ କେନ୍ଦ୍ରରେ ଲୋକଙ୍କ ଲମ୍ବାଲାଇନ ଦେଖିବାକୁ ମିଳୁଛି। ଖରାକୁ ଖାତିର ନକିର ଲୋକମାନେ ଅପେକ୍ଷା କରୁଛନ୍ତି ରିଲିଫ୍ ପାଇଁ। ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବାଲାଗି ପ୍ରତି ରିଲିଫକେନ୍ଦ୍ର ସାମ୍ନାରେ ୬ ଜଣ ଏସପି ,ଥାନା କର୍ମଚାରୀ ଓ ଜଣେ ଲେଖାଏଁ ଅତିରିକ୍ତ ଡିସିପି ଦାୟିତ୍ବରେ ଅଛନ୍ତି।

Comment