ଓଡ଼ିଶାଲାଇଭ୍ ବ୍ୟୁରୋ

ଫନି ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା। କେବଳ ଶ୍ରୀମନ୍ଦିରରେ ୫ କୋଟି ୧୦ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

ମୁଖ୍ୟ ପ୍ରଶାସକ କହିଛନ୍ତି ‘‘କ୍ଷୟକ୍ଷତିର ରିପୋର୍ଟ ଏସଆରସିଙ୍କୁ ଦିଆଯାଇଛି। ଭାଙ୍ଗିଯାଇଥିବା ମୂର୍ତ୍ତିର ମରାମତି ଖୁବଶୀଘ୍ର କରାଯିବ। ମନ୍ଦିରର ଦ୍ୱାରପାଳ ମୂର୍ତ୍ତି ଭାଙ୍ଗିଛି। ଏହାସହିତ ଆଉକିଛି ସ୍ଥାନରେ ମଧ୍ୟ କ୍ଷତି ହୋଇଥିବା କୁହାଯାଇଛି।

ବିଜୁଳିର କ୍ଷୟକ୍ଷତି ହୋଇଛି ୧ କୋଟି ୨୪ ଲକ୍ଷ ଟଙ୍କା। ସେହିପରି ମନ୍ଦିରର ଘରଦ୍ୱାର ୩ କୋଟି ୨୪ ଲକ୍ଷ ଟଙ୍କାର କ୍ଷତି ହୋଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ।

ଅନ୍ୟପଟେ ପୁରୀର ବିଭିନ୍ନ ସ୍ଥାନରେ ଅନେକ କ୍ଷତି ହୋଇଛି। ଅନେକ ଅଞ୍ଚଳରେ ଲୋକେ ଆଜି ବିନା ପାଣି ବିନା ଖାଦ୍ୟରେ ଜୀବନ ବିତାଉଛନ୍ତି। ସେମାନେ ଅପେକ୍ଷା କରିରହିଛନ୍ତି ସରକାରୀ ସାହାଯ୍ୟକୁ। ତେବେ  ଆଉ କେତେଦିନ ପରେ ପୁରୀ ଶ୍ରୀମନ୍ଦିର ତା’ର ସୌନ୍ଦର୍ଯ୍ୟ ଫେରିପାଇବ ତାହାକୁ ହିଁ ଅପେକ୍ଷା।

Comment