ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା। ବାତ୍ୟା ‘ଫନି’କୁ ଦୃଷ୍ଟିରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତ ୧ ତାରିଖରେ ୫ ହାତିଆ ବାନା ଲଗାଯାଇଥିଲା। ଗୁରୁବାର ଏହାକୁ ବଦଳାଇ ପୁଣି ୧୪ ହାତିଆ ବାନା ବାନ୍ଧାଯାଇଛି।

ବାତ୍ୟା ‘ଫନି’ରେ ସମଗ୍ର ପୁରୀ ଜିଲ୍ଲା ଖିନ୍‌ଭିନ୍ ହୋଇଯାଇଛି। ଏମିତିକି ବାତ୍ୟା ପୂର୍ବରୁ ଶ୍ରୀମନ୍ଦରର ବାନା ଉଡ଼ିଯାଉଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ତେବେ ଗୁରୁବାର ଚୁନାର ସେବାୟତମାନେ ପୁଣି ଥରେ ଶ୍ରୀମନ୍ଦରରେ ୧୪ ହାତିଆ ବାନା ବାନ୍ଧିଛନ୍ତି।

ଶ୍ରୀମନ୍ଦିରରେ ଫନି ଯୋଗଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମନ୍ଦିର କ୍ଷୟକ୍ଷତି ନେଇ ସୂଚନା ଦେଇଥିଲ। ମନ୍ଦିରରେ ୫ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତ ନଷ୍ଟ ହୋଇଛି ବୋଲି ସେ କହିଥିଲ।

Comment