ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ବାତ୍ୟା ଫନି କେନ୍ଦ୍ରାପଡ଼ା ଜିଲ୍ଲାର ୩ ଜଣଙ୍କ ଜୀବନ ନେଇଛି। ବାତ୍ୟା ଆସିବା ପୂର୍ବରୁ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ବାତ୍ୟା ବେଳେ ଜିଲ୍ଲା ପ୍ରଶାସନର ଉଦ୍ୟମ ପ୍ରଶଂସନୀୟ’’।

କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ସ୍ଥିତି ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ‘‘କେନ୍ଦ୍ରାପଡ଼ା ଜିଲ୍ଲାରେ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆସନ୍ତା ଦୁଇ ଦିନ ଭିତରେ ଶତ ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବ।’’

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ସହରାଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥାରେ ସୁଧାର ଅଣାଯାଇଥିବା ବେଳେ ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଣକୁ ଗୁରୁତ୍ୱ ଦିଆଯାଉଛି।

Comment