ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରଥ ଖଳା। ତୁମ୍ବ ନିର୍ମାଣ ପାଇଁ ବୁଧବାର ଆରମ୍ଭ ହୋଇଛି କାଠକଟା। ତିନି ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି।

ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆସିଥିବା ୫ ଫୁଟ ଗୋଲେଇର ଫାଶୀକାଠକୁ କରତିମାନେ କାଟୁଛନ୍ତି। ଏହାପରେ ତିନି ରଥ ପାଇଁ ୪୨ଟି ତୁମ୍ବି ନିର୍ମାଣ ହେବ। ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର, ବଳଭଦ୍ରଙ୍କ ତାଳଧ୍ୱଜ ରଥ ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ରଙ୍କ ସମେତ ୨୦ ଜଣ ରଥ ନିର୍ମାଣ କାମରେ ଲାଗିଛନ୍ତି।

Comment