ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଳୟଙ୍କରୀ ବାତ୍ୟା ଫନି ଛଡ଼ାଇ ନେଇଛି ଅନେକ ଧନ ଜୀବନ। ନଷ୍ଟ ହୋଇଯାଇଛି ଅନେକ ଘରଦ୍ୱାର। କ୍ଷତିର ମାତ୍ରା ଏତେ ଅଧିକ ଯେ ଏହାର ପରିକଳ୍ପନା ଅସମ୍ଭବ। ଏହି ସମୟରେ ବାତ୍ୟା ପ୍ରଭାବିତ ଲୋକଙ୍କ ସୁବିଧା ଓ ଅସୁବିଧାରେ ଛିଡ଼ା ହୋଇଛନ୍ତି ଭୁବନେଶ୍ୱରସ୍ଥିତ ଗୁରୁଦ୍ୱାର ସିଂହ ସଙ୍ଗଠନ। ବାତ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି ଶିଖ୍ ସମ୍ପ୍ରଦାୟ ଲୋକେ।

ମାଷ୍ଟରକ୍ୟାଣ୍ଟିନ୍ ଗୁରୁଦ୍ୱାର ସମ୍ମୁଖରେ ଶିଖ୍ ସମ୍ପ୍ରଦାୟର ଲୋକମାନେ ବାତ୍ୟା ପ୍ରଭାବିତ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତିା ବାତ୍ୟା ପ୍ରଭାବିତ ଲୋକ ଏଠାରୁ ଦିନକୁ ଦୁଇ ବେଳା ଖାଦ୍ୟ ଖାଇବାକୁ ପାଉଛନ୍ତି।

ଶିଖ୍ ସମ୍ପ୍ରଦାୟର ମନପ୍ରିତ୍ କୌର କହିଛନ୍ତି, ‘‘ଆମେ ଫନି ପ୍ରଭାବିତ ଲୋକଙ୍କ ପାଇଁ ଦିନକୁ ଦୁଇଥର ଖାଦ୍ୟର ବ୍ୟବସ୍ଥା କରିଛୁା ଗତ ଶନିବାରଠୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଆମେ ନିଜ ହାତରେ ଖାଦ୍ୟ ତିଆରି କରି ଲୋକଙ୍କୁ ଖାଇବାକୁ ଦେଉଛୁା ଯେତେବେଳ ଯାଏଁ ସ୍ଥିତି ଠିକ୍ ନ ହୋଇଛି, ସେତେଦିନ ଯାଏଁ ଆମେ ଲୋକଙ୍କ ସେବାରେ ଲାଗିବୁ।’’

ଶିଖ୍ ସମ୍ପ୍ରଦାୟ ପକ୍ଷରୁ ପୁରୀରେ ବି ପ୍ରାୟ ୫ ହଜାର ଲୋକଙ୍କ ପାଇଁ ଫ୍ରି କିଚେନ୍ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି।

Comment