ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନି ଦ୍ୱାରା ଅନେକ କିଛି କ୍ଷତି ହୋଇଛି। ପନିର ଫଣାରୁ ବାଦପଡ଼ିନି ବାଣୀବିହାର କ୍ୟାମ୍ପସ। ବାତ୍ୟାକୁ ୮ ଦିନ ହେବାକୁ ବସିଥିଲେ ବି କ୍ୟାମ୍ପସକୁ ଏଯାଏଁ କରେଣ୍ଟ ଆସିନି। ଯେଉଁଥିପାଇଁ ଯେତିକି ବି ଛାତ୍ରଛାତ୍ରୀ ଅଛନ୍ତି ସେମାନେ ହଇରାଣ ହେଉଛନ୍ତି।

ସେପଟେ ଅନ୍ଧାର ପାଇଁ ରାତିରେ ଚୋରି ବଢ଼ି ଚାଲିଥିବା କର୍ମଚାରୀ ଓ ଛାତ୍ରମାନେ ଅଭିଯୋଗ କରିଛନ୍ତି। ଏପରି କ୍ୟାମ୍ପସକୁ ଜଲଦୀ କରେଣ୍ଟ ଯୋଗାଣ ଦାବିରେ ଛାତ୍ରଛାତ୍ରୀ ମାନେ ବାଣୀବିହାର ମୁଖ୍ୟଫାଟକ ସାମ୍ନାରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଯଦି ୨୪ ଘଣ୍ଟା ମଧ୍ୟରେ କ୍ୟାମ୍ପସକୁ ବିଦ୍ୟୁତ୍ ସଂଯୋଗ କରାନଯାଏ ତେବେ ଆନ୍ଦୋଳନକୁ ତ୍ରୀବ୍ରତର କରାଯିବ ବୋଲି ଶିକ୍ଷକ ସଂଘ ସଭାପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି।

ସେପେଟେ ମେ’ ୧୩ରୁ ପିଜି ସେମିଷ୍ଟାର ଲାଗି ତାରିଖ ଘୋଷଣା କରାଯାଇଛି ଯଦି ଏପରି ସ୍ଥିତିରେ କରେଣ୍ଟ ନଆସେ ତେବେ ପିଲାମାନେ କେମିତି ପରୀକ୍ଷୀ ଦେବେ ଓ ପରୀକ୍ଷୀକୁ କେମିତି ପରିଚାଳନା କରାଯିବ ତାହାକୁ ନେଇ ସମସ୍ତେ ଚିନ୍ତାରେ। ଏଭଳି ପରିସ୍ଥିତିରେ ଅନିଶ୍ଚିତତା ଭିତରେ ରହିଛି ବାଣୀବିହାର ସେମିଷ୍ଟର ପରୀକ୍ଷା।

ବାତ୍ୟା ଫନିରେ ସମଗ୍ର ବାଣିବିହାର କ୍ୟାମ୍ପସରେ ଖିନ୍‌ଭିନ୍ ହୋଇଯାଇଛି। ସମସ୍ତ ଗଛ ଭାଙ୍ଗିପଡ଼ି ରାସ୍ତା ଅବରୋଧ ହୋଇଛି, ତାହାକୁ ସମ୍ପୂର୍ଣ୍ଣ ଉଠାଯାଇନଥିବାରୁ ସବୁଠିକୁ ଜଳ ଯୋଗାଣା ସମ୍ଭବ ହୋଇପାରୁନାହିଁ। କିଛି ହଷ୍ଟେଲରେ ଜଳ ଯୋଗାଣା ସ୍ୱଭାବିକ ହୋଇଥିବା ସୂଚନା ମିଳିଛି। ତେବେ ପରିସ୍ଥିତି କେବେ ସ୍ୱଭାବିକ ହେବ ତାହାକୁ ହିଁ ଛାତ୍ରଛାତ୍ରୀଙ୍କ ଅପେକ୍ଷା।

Comment