ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଦର୍ଦ୍ଦଶାଠୁ ବଳି ଯାଇଛି ଖରାର ପ୍ରକୋପ। ଖରାର ପ୍ରଚଣ୍ଡ ତାପରେ ଲୋକେ ହନ୍ତସନ୍ତ ହୋଇଯାଉଛନ୍ତି। ଆଜି ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡଗ୍ରୀ ଟପିଛି। ଏପଟେ ପଶ୍ଚିମ ଓଡ଼ିଶାର ୩ଟି ସ୍ଥାନରେ ୪୫ ଡଗ୍ରୀ ଟପିଥିବା ରେକର୍ଡ ହୋଇଛି।

ଟିଟଲାଗଡ଼ରେ ଆଜି ତାପମାତ୍ରା ୪୫.୫ ଡଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁର ୪୫.୪, ସମ୍ବଲପୁର ୪୫.୧ ଡଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଝାରସୁଗୁଡ଼ାରେ ୪୪.୮, ମାଲକାନଗିରିରେ ୪୪.୪, ହୀରାକୁଦରେ ୪୪.୧ ଡଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନୁଗୁଳରେ ୪୨.୧, ତାଳଚେରରେ ୪୧.୮, ସୁନ୍ଦରଗଡ଼ରେ ୪୧.୫, ବାରିପଦରେ ୪୧.୪, କେନ୍ଦୁଝରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଏପଟେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ାରେ ହିଟୱେଭ ଜାରି କରାଯାଇଛି।

Comment