ଓଡ଼ିଶାଲାଇଭ୍ ବ୍ୟୁରୋ

  • ହେଲମେଟ ନପିନ୍ଧିବା ପାଇଁ ଲୋକଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କାର ଫାଇନ ଆଦାୟ।
  • ମଦ୍ୟପାନ କରି ଗାଡ଼ି ଚଲାଇବା କ୍ଷେତ୍ରରେ ୩୨ ଶହ ୪୫ ଟଙ୍କା ଫାଇନ।
  • ସିଟ ବେଲ୍ଟ  ନବାନ୍ଧି ଗାଡ଼ି ଚଳାଇ ୯ ହଜାରରୁ ଅଧିକ ଲୋକ ଧରା ପଡ଼ିଛନ୍ତିା
  • ଦ୍ରୁତ ଗତିରେ ଗାଡ଼ି ଚାଳନା, ଟ୍ରାଫିକରେ ନ ଅଟକିବା ପାଇଁ ମଧ୍ୟ ଜରିମାନା।
  • ୪ ବର୍ଷରେ ଜରିମାନା ବାବଦ ୭ କୋଟି ଆଦାୟ।

ରାଜଧାନୀରେରେ ଟ୍ରାଫିକ ନିୟମ ଭାଙ୍ଗିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛିା ତେବେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ପକାଇ ବସିଛନ୍ତିା  ୨୦୧୮ ଆର୍ଥିକ ବର୍ଷରେ ବିଭିନ୍ନ ଟ୍ରାଫିକ ଉଲ୍ଲଙ୍ଘନ ଘଟଣାରେ ପୋଲିସ ୨ କୋଟି ୮୧ ଲକ୍ଷ ୯୩ ହଜାରରୁ ଅଧିକ ଟଙ୍କା ଆଦାୟ କରିଥିବା ଜଣାପଡ଼ିଛିା

’ସୂଚନା ଅଧିକାର ଅଭିଯାନ’ ପକ୍ଷରୁ କମିଶନରେଟ ପୋଲିସ ନିକଟରେ କିଛି ଦିନ ତଳେ ଏକ ଆରଟିଆଇ ଆବେଦନ କରାଯାଇଥିଲା। ଗତ ୪ ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ କେତେ ଲୋକଙ୍କ ଉପରେ ଜରିମାନା କରାଯାଇଛି ଏବଂ ଏ ବାବଦରେ କେତେ ଅର୍ଥ ଆଦାୟ କରାଯାଇଛି ଆବେଦନକାରୀ ତାହା ଜାଣିବାକୁ ଚାହିଁଥିଲୋ

ଏହି ଆରଟିଆଇ ଆବେଦନର ଉତ୍ତରରେ କମିଶନରେଟ ପୋଲିସ ଯେଉଁ ତଥ୍ୟ ପ୍ରଦାନ କରିଛି ତାହା ବେଶ ରୋଚକ ମନେ ହୁଏ।

କେବଳ ହେଲମେଟ ନପିନ୍ଧିବାରୁ ୨ କୋଟି

୨୦୧୮ର ଚିତ୍ର ଦେଖିଲେ ଜଣାଯାଏ ଯେ ହେଲେମେଟ ନପିନ୍ଧି ଗାଡ଼ି ଚଳାଇବା ପାଇଁ ୧ ଲକ୍ଷ ୩୮ ହଜାର ୭ ଶହ ୭୫ ଜଣଙ୍କୁ ପୋଲିସ ଧରିଛିା  ସେମାନଙ୍କଠାରୁ ୧ କୋଟି ୯୯ ଲକ୍ଷ ୧୫ ହଜାର ୩୫୦ ଟଙ୍କା ଆଦାୟ କରାଯାଇଛିା ଅର୍ଥାତ ଏହି ବର୍ଷ ବିଭିନ୍ନ ଟ୍ରାଫିକ ଉଲ୍ଲଙ୍ଘନ ଘଟଣାରେ ମୋଟ ୨ କୋଟି ୮୧ ଲକ୍ଷ ୯୩ ହଜାର ୩୫୦ ଟଙ୍କା ଆଦାୟ କରାଯାଇଥିଲା ବେଳେ ତା’ ଭିତରୁ କେବଳ ହେଲମେଟ ପାଇଁ ୨ କୋଟି ଟଙ୍କା ଆଦାୟ ହୋଇଛିା

୨୦୧୫ ମସିହାରେ ୪୮ ହଜାର ୪୫ ଜଣ ହେଲମେଟ ନପିନ୍ଧି ଫାଇନ ଦେଇଥିଲାବେଳେ ୨୦୧୮ରେ ତାହା ୧ ଲକ୍ଷ ୩୮ ହଜାର ୭ଶହ ୫୭ରେ ପହଞ୍ଚିଛିା ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ରାଜଧାନୀରେ ବାଇକ ସଂଖ୍ୟ ବଢ଼ୁଛି ସତ କିନ୍ତୁ ହେଲମେଟ ନପିନ୍ଧି ଗାଡ଼ି ଚଳାଇବା ଲୋକଙ୍କ ସଂଖ୍ୟା କମୁ ନାହିଁ।

ମଦ୍ୟପାନ କରି ଗାଡ଼ି ଚଲାଉଥିବା ଲୋକଙ୍କଠାରୁ ପୋଲିସ ଆଦାୟ କରିଛି ୧୬ ଲକ୍ଷରୁ ଅଧିକ ଟଙ୍କା

କମିଶନରେଟ ପୋଲିସ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୮ରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୩୨୪୫ ଜଣଙ୍କଠାରୁ ଫାଇନ ଆଦାୟ କରାଯାଇଛିା ଏହି ଫାଇନର ପରିମାଣ ୧୬ ଲକ୍ଷ ୪୩ ହଜାର ୨ ଶହ ଟଙ୍କା।

ସେହିପରି ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଜଗୁଛି ପୋଲିସା ଏ ବାବଦରେ ୨୦୧୮ ମସିହାରେ ୩୨୭୬ ଜଣଙ୍କୁ ଧରିଛି ରାଜଧାନୀ ପୋଲିସା ସେମାନଙ୍କଠାରୁ ୧୩ ଲକ୍ଷ ୪୮ ହଜାର ୭ ଶହ ଟଙ୍କା ଫାଇନ ଆଦାୟ କରାଯାଇଛିା

ବିଭିନ୍ନ ଟ୍ରାଫିକ ପଏଣ୍ଟରେ ରେଡ ଲାଇଟ ନମାନି ଗାଡ଼ି ଚଳାଉଥିବା ଲୋକଙ୍କୁ ପୋଲିସ ଧରି ଫାଇନ ଆଦାୟ କରୁଛିା ୨୦୧୮ରେ ଏଭଳି ୧୭ ୮୦ ଜଣଙ୍କଠାରୁ ୭ ଲକ୍ଷ ୫୪ ହଜାର ୯ଶହ ୫୦ ଟଙ୍କା ଜରିମାନା ଆଦାୟ କରିଛି ପୋଲିସା

ସିଟ ବେଲ୍ଟ ନବାନ୍ଧି ଗାଡ଼ି ଚଳାଉଥବା ଚାଳକ ଜରିମାନା ଦେଇଛନ୍ତି ୨୮ ଲକ୍ଷରୁ ଅଧିକ ଟଙ୍କା

ଟ୍ରାଫିକ ନିୟମ ଅନୁଯାୟୀ ୪ ଚକିଆ ଯାନରେ ଚାଳକଙ୍କୁ ସିଟ ବେଲ୍ଟ ବାନ୍ଧିବା ବାଧ୍ୟତାମୂଳକା ତେବେ ଅଧିକଂଶ ସମୟରେ ଏହି ନିୟମ ମାନୁନାହାନ୍ତିା ୨୦୧୮ରେ ଏଭଳି ୯୦୭୧ ଉଲ୍ଲଙ୍ଘନକାରୀଙ୍କୁ ଧରି ପୋଲିସ ୨୮ ଲକ୍ଷ ୭୩ ହଜାର ଟଙ୍କା ଆଦାୟ କରିଛିା

ବାଇକ ହେଉ ବା ୪ ଚକିଆ ଯାନ କିମ୍ବା ଭାରି ଯାନ କୌଣସି ଗାଡ଼ି ଚଲାଇଲାବେଳେ ଚାଳକ ମୋବାଇଲ ଫୋନ ବ୍ୟବହାର କରିବା ଦଣ୍ଡନୀୟା ଗତ ବର୍ଷ ଭୁବନେଶ୍ୱରରେ ଏଭଳି  ୨୩୧୨ ଘଟଣାରେ ୮ ଲକ୍ଷ ୬୮ ହଜାର ୫ ଶହ ଟଙ୍କା ଆଦାୟ କରିଛିା ତେବେ ପୋଲିସ ଏ ବାବଦରେ ଯେତିକି ଲୋକଙ୍କୁ ଧରି ଜରିମାନା ଆଦାୟ କରିଛି ବାସ୍ତବରେ ତା’ର ଅନେକ ଗୁଣା ଚାଳକ ଗାଡ଼ି ଚଲାଇଲାବେଳେ ମୋବାଇଲ ଫୋନ ବ୍ୟବହାର କରିବା ଦେଖିବାକୁ ମିଳୁଛିା

ରାଜଧାନୀ ରାସ୍ତାରେ ବିଭିନ୍ନ କମର୍ସିଆଲ ଗାଡ଼ି ଓଭର ଲୋଡିଂ କରିବା କ୍ଷେତ୍ରରେ ମଧ୍ୟ ରାଜଧାନୀ ପୋଲିସ ସଜାଗ ରହୁଛିା ଏ ବାବଦରେ ଟ୍ରାଫିକ ନିୟମ ନମାନୁଥିବା ଲୋଙ୍କଠାରୁ ଜରିମାନା ଆଦାୟ ହେଉଛିା କେବଳ ୨୦୧୮ ମସିହାରେ ଏଭଳି ୫୮୭୫ ଘଟଣାରେ ୭ ଳକ୍ଷ ୯୯ ହଜାର ୬ ଶହ ୫୦ ଟଙ୍କା ଆଦାୟ କରିଛିା ୨୦୧୫ରୁ ୨୦୧୮, ଗତ ୪ ବର୍ଷ ମଧ୍ୟରେ କମିଶନରେଟ ପୋଲିସ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ବାବଦରେ ପ୍ରାୟ ୭ କୋଟି ଟଙ୍କାର ଫାଇନ ଆଦାୟ କରିଥିବା ଜଣାପଡ଼ିଛିା

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment