ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ ପ୍ରଭାବିତଙ୍କ ପାଇଁ ଗୋଟିଏ ଦିନର ଦରମା ଦାନ କଲେ ନାଲକୋ କର୍ମଚାରୀ। ମୋଟ ୨ କୋଟି ୫୩ ଲକ୍ଷ ୮ହଜାର ୧୦୮ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିଆଯାଇଛି।

ନାଲ୍‌କୋ ସିଏମଡି ଡକ୍ଟର ତପନ କୁମାର ଚାନ୍ଦ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେକ୍ ପ୍ରଦାନ କରିଥିଲେ। ଏହି ସମୟରେ ନାଲ୍‌କୋର ଭି ବାଲାସୁବ୍ରମଣ୍ୟମ (ନିର୍ଦ୍ଦେଶକ ପ୍ରଡକ୍ସନ), ବସନ୍ତ କୁମାର ଠାକୁର (ନିର୍ଦ୍ଦେଶକ ଏଚଆର୍), ଶ୍ରୀଧର ପାତ୍ର, (ନିର୍ଦ୍ଦେଶକ ଫାଇନାନ୍ସ) ପ୍ରମୁଖ ଉପସ୍ଥିତ ଥିଲେ।

Comment