ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଷଷ୍ଠ ପର୍ଯ୍ୟାୟ ଲାଗି ଆଜି ସକାଳ ୭ଟାରୁ ଭୋଟିଂ ଚାଲିଛି। ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ ନିଜର ମତଦାନ ସାବ୍ୟସ୍ତ କରିସାରିବାପରେ ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଶୀଲା ଦିକ୍ଷୀତ କହିଛନ୍ତି ସେ ବିଜୟକୁ ନେଇ ପୂରା କନଫିଡେଣ୍ଟ ଅଛନ୍ତି। ସେ କହିଛନ୍ତି ମୁଁ ୧୫ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛି। ଯାହାର ରେଜଲ୍ଟ ଜନତା ମୋତେ ନିର୍ବାଚନ ଫଳାଫଳରେ ଦେବେ।

ଶୀଲା କହିଛନ୍ତି, ’’ ମୁଁ ଯେଉଁ କାମ କରିଛି ତାହା ଆମଲାଗି ପ୍ଲସ ପଏଣ୍ଟ ଅଟେ। ମନୋଜ ତିୱାରୀଙ୍କୁ ମୁଁ ପ୍ରାର୍ଥୀ ଭାବେ ଦେଖେନାହିଁ। ସେ ଆମଆଦମୀ ପାର୍ଟିର ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିରେ ବି ପ୍ରଶ୍ନ ଉଠାଇଥିଲେ। ଦିଲ୍ଲୀରେ ଯାହାନଷ୍ଟ ହୋଇଛି ସେସବୁକୁ ଠିକ୍ କରିବା ଓ ଦିଲ୍ଲୀକୁ ଆନ୍ତର୍ଜାତୀକ ସ୍ତରରେ ଦିଲ୍ଲୀକୁ ପ୍ରତିଷ୍ଠିତ କରିବାର ଅଛି। ’’

ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀରେ ନିର୍ବାଚନ ସରୁଛି। ଶେଷ ପର୍ଯ୍ୟାୟରେ ୭ଟି ଲୋକସଭା ଆସନ ଲାଗି ଭୋଟିଂ ହେଉଛି। ଏଥର ଦିଲ୍ଲୀରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି। କଂଗ୍ରେସ, ବିଜେପି ଓ ଆପ ମଧ୍ୟରେ ଟକ୍କର ହେଉଛି। ଏହାରି ଭିତରେ ଦେଖିବାକୁ ବାକିରହିଲା ଦିଲ୍ଲୀର ଜନତା ଦିଲ୍ଲୀ ଦରବାରର ଶାସନ ଆଗାମୀ ୫ବର୍ଷ ଲାଗି କାହା ହାତରେ ଦେଉଛନ୍ତି ଓ କାହା ସପକ୍ଷରେ ଜନମତ ଯାଉଛି। ଏସବୁକିଛି ସ୍ପଷ୍ଟ ହେବ ମେ ୨୩ରେ।

Comment