ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଲୋକସଭା ନିର୍ବାଚନରେ ଷଷ୍ଠ ପର୍ଯ୍ୟାୟ ଲାଗି ମତଦାନ ସକାଳ ୭ଟାରୁ ଜାରିରହିଛି। ୭ଟି ରାଜ୍ୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେଉଛି। ମଧ୍ୟାହ୍ନ ସୁଦ୍ଧା ୫୯ପ୍ରତିଶତ ମତଦାନ ହୋଇଛି।

ନିର୍ବାଚନ କମିଶନଙ୍କ ସୂଚନାନୁସାରେ ଦିନ ୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ସବୁଠୁ ଅଧିକ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସବୁଠୁ ଅଧିକ ୫୦ପ୍ରତିଶତ ମତଦାନ ହୋଇଛି। ସେପଟେ ସବୁଠୁ କମ୍ ଭୋଟ ଦିଲ୍ଲୀରେ ହୋଇଛି। ଦିଲ୍ଲୀରେ ଦିନ ଗୋଟା ସୁଦ୍ଧା ୨୮ପ୍ରତିଶତ ମତଦାନ ହୋଇଛି।

ସେହିପରି ଝାରଖଣ୍ଡରେ ୪୬.୦୨ ପ୍ରତିଶତ, ମଧ୍ୟ ପ୍ରଦେଶରେ ୪୦.୪୮, ଉତ୍ତର ପ୍ରଦେଶ ରେ ୩୪.୧୪, ହରିୟାଣା ରେ ୩୬.୯୭, ବିହାରରେ ୩୪.୬୪ ପ୍ରତିଶତ ମତଦାନ ହୋଇଛି।

ଷଷ୍ଠ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ ଆସନ, ମଧ୍ୟପ୍ରଦେଶର ୮, ହରିୟାଣାର ୧୦, ଦିଲ୍ଲୀର ୭, ଝାଡ଼ଖଣ୍ଡର ୪ ଆସନ ଏବଂ ପଶ୍ଚିମବଙ୍ଗର ୭ଟି ଆସନ ପାଇଁ ଭୋଟଗ୍ରହଣ ହେଉଛି।

Comment