ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡି ଜିଲ୍ଳା ଭବାନୀପାଟଣାରେ ମାଓବାଦୀମାନେ ଏକ ସିଆର୍‌ପିଏଫ୍‌ କ୍ୟାମ୍ପ ଉଡ଼େଇ ଦେଇଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ରବିବାର ଲାଞ୍ଜଗଡ଼ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁରରେ ମାଓବାଦୀମାନେ ବିସ୍ପୋରଣ କରି ଏକ ନିର୍ମାଣାଧିନ ସିଆର୍‌ପିଏଫ୍‌ କ୍ୟାମ୍ପ ଉଡ଼ାଇଦେଇଛନ୍ତି। ବିସ୍ଫୋରଣରେ କୌଣସି ଯବାନ ମୃତାହତ ହୋଇନାହାନ୍ତି।

କିଛି ଦିନ ତଳେ କୋରାପୁଟ ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ରେ ଗୁଳିବିନିମୟରେ ୩ଜଣ ମହିଳାଙ୍କ ସମେତ ୫ଜଣ ମାଓବାଦୀ ପ୍ରାଣ ହରାଇଥିଲେ। ଏହାର ୫ ଦିନ ପରେ ଅର୍ଥାତ ଆଜି କଳାହାଣ୍ଡି ଜିଲ୍ଲାରେ ମାଓବାଦୀମାନେ ସିଆର୍‌ପିଏଫ୍‌ କ୍ୟାମ୍ପକୁ ବିସ୍ଫୋରଣ କରି ଉଡ଼େଇ ଦେଇଛନ୍ତି।

Comment