ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଆ ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ କାର୍ କେନ୍ଦୁଝରରେ ଦୁର୍ଘଟଣାଗ୍ରସ୍ତ ହୋଇଛିା ଏହି ଦୁର୍ଘଟଣାରେ ସଲିଲ ମିତ୍ର ଗୁରୁତର ଭାବେ ଆହତ ହୋଇଛନ୍ତିା ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାରେ ତାଙ୍କର ଡାହାଣ ହାତ ଓ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛିା ଦୁର୍ଘଟଣାରେ ସଲିଲଙ୍କ ସହ ଡ୍ରାଇଭର ବି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଖବର ମୁତାବକ, କରଞ୍ଜିଆରୁ ଭୁବେନେଶ୍ୱର ଫେରୁଥିବା ସମୟରେ ୨୦ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। କେନ୍ଦୁଝର ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର ସାମ୍ନାକୁ ଗାଈଟିଏ ଚାଲି ଆସିଥିଲା। ଡ୍ରାଇଭର ହଠାତ ବ୍ରେକ୍‌ ମାରିବାରୁ କାରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Comment