ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଲାଗି ମତଦାନ ଜାରି ରହିଛିା ଏହି ପଯ୍ୟାୟରେ ବହୁ ହେଭିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା ହେଉଛିା ଏଥିସହ ଏହି ପର୍ଯ୍ୟାୟରେ ବହୁ ହାଇପ୍ରୋଫାଇଲ ନେତା ନିଜର ମତ ସାବ୍ୟସ୍ତ କରିଛନ୍ତିା ଏହି କ୍ରମରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଗାନ୍ଧି ପରିବାରା

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଔରଙ୍ଗଜେବ ଲେନରେ ଥିବା ଏନପି ସିନିୟର ସେକେଣ୍ଡାରୀ ସ୍କୁଲରେ ଥିବା ପୋଲିଂ ବୁଥରେ ଭୋଟ ଦେଇଛନ୍ତିା ଭୋଟ ଦେବା ପରେ ରାହୁଲ  କୃଷକଙ୍କ ସମସ୍ୟା, ବିମୁଦ୍ରାକରଣ ଆଦିକୁ ନେଇ ମୋଦି ସରକାରଙ୍କୁ ଗାର୍ଗେଟ କରିଛନ୍ତିାrahul

ସେହିପରି ରାହୁଲଙ୍କ ମା’ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଆଜି ନିଜର ମତ ସାବ୍ୟସ୍ତ କରିଛନ୍ତିା  ସୋନିଆ ନିର୍ମାଣ ଭବନରେ ଏକ ପୋଲିଂ ବୁଥରେ ଭୋଟ ଦେଇଛନ୍ତିା

ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ସ୍ୱାମୀର ରବର୍ଟ ଭଦ୍ରାଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତିା ଲୋଧି ଇଷ୍ଟେଟର ସର୍ଦ୍ଦାର ପଟେଲ ବିଦ୍ୟାଳୟରେ ପହଞ୍ଚି ଭୋଟ୍ ଦେଇଛନ୍ତି ପ୍ରିୟଙ୍କା ଏବଂ ରବର୍ଟ ଭଦ୍ରା।

ଆଜି ସନ୍ଧ୍ୟାରେ ୬ଟାରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଶେଷ ହେବା ଏଥିସହ ବହୁ ହେଭିଓ୍ୱେଟଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ ହେବା

ଅନ୍ତିମ ପର୍ଯ୍ୟାୟ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ମେ’ ୧୯ରେ ଅନୁଷ୍ଠିତ ହେବା

Comment