ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। କିଛିସ୍ଥାନରେ ଇଭିଏମ ଅସୁବିଧାନେଇ ଅଭିଯୋଗ ଆସିଛି। ମାତ୍ର ଅଧିକାଂଶ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି।

ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଲୋକସଭା ଆସନ ଲାଗି ଭୋଟ ଗ୍ରହଣ ଚାଲିଛି ଉତ୍ତରପ୍ରଦେଶର ୧୪ ଆସନ, ମଧ୍ୟପ୍ରଦେଶର ୮, ହରିୟାଣାର ୧୦, ଦିଲ୍ଲୀର ୭, ଝାଡ଼ଖଣ୍ଡର ୪ ଆସନ ଏବଂ ପଶ୍ଚିମବଙ୍ଗର ୭ଟି ଆସନ ପାଇଁ ଭୋଟଗ୍ରହଣ ହେଉଛି।

ଏହା ବ୍ୟତୀତ ପଶ୍ଚିମବଙ୍ଗ ଓ ତ୍ରିପୁରା ଆସନ ପାଇଁ ସାନି ମତଦାନ ହେଉଛି। ଏଠାରେ ୧୬୮ଟି ବୁଥରେ ଏପ୍ରିଲ ୧୧ରେ ମତଦାନ ହୋଇଥିଲେ ମଧ୍ୟ ଏହାକୁ ରଦ୍ଦ କରାଯାଇଥିଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ୧୬୮ଟି ବୁଥରେ ଆଜି ସାନିମତଦାନ ହେଉଛି।

ଏହି ପର୍ଯ୍ୟାୟରେ ମୋଟ ୯୭୯ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତିା ପ୍ରାର୍ଥୀଙ୍କ ମଧ୍ୟରେ ସର୍ବାଧିକ ୭୬୯ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ସମସ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

ଏହି ପର୍ଯ୍ୟାୟରେ ମୋଟ ୧୦.୧୬ କୋଟି ଭୋଟର ରହିଛନ୍ତିା ଏହି ପର୍ଯ୍ୟାୟରେ ମନୋଜ ତିଓ୍ୱାରୀ, ଶୀଲା ଦୀକ୍ଷିତ,ଗୌତମ ଗମ୍ଭୀରଙ୍କ ଭଳି କେତେ ଜଣ ହାଇପ୍ରୋଫାଇଲ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବା

Comment