ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ଷଷ୍ଠ ପର୍ଯ୍ୟାୟ ମତଦାନରେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଭୋଟ ଦେଇଛନ୍ତି।

ବିରାଟ କୋହଲି ଏନେଇ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ଭୋଟ ଦେବା ପାଇଁ ସଚେତନା କରିଛନ୍ତି। ବିରାଟ କହିଛନ୍ତି “ସୁଦୃଢ଼ ରାଷ୍ଟ୍ର ନିର୍ମାଣ ପାଇଁ ଭୋଟ ଦେବା ଆବଶ୍ୟକ। ଏହା ଆମ ଅଧିକାର ଏବଂ ଦାୟିତ୍ୱ।”

ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଲୋକସଭା ଆସନ ଲାଗି ଭୋଟ ଗ୍ରହଣ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ ୯୭୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ। ପ୍ରାର୍ଥୀଙ୍କ ମଧ୍ୟରେ ସର୍ବାଧିକ ୭୬୯ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ସନ୍ଧ୍ୟା ୬ଟା ଯାଏଁ ଏହି ମତଦାନ ଚାଲିବ।

Comment