ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନି ଦ୍ଵାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ସହର। ପାଣି, ବିଜୁଳି, ଖାଦ୍ୟ ଭଳି ମୌଳିକ ସୁବିଧା ଆଜି ବି କିଛି ଲୋକଙ୍କ ପାଖରେ ପହଞ୍ଚି ନଥିବା ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ପୁରୀକୁ କିପରି ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାଙ୍କିଙ୍ଗ୍ ସେବା ଓ ବିଜୁଳି ଯୋଗାଇ ଦେଇ ହେବ ସେନେଇ ତତ୍ପର ସରକାର।

ଆଜି କେନ୍ଦ୍ର ଶକ୍ତି ସଚିବଙ୍କ ସହ ରାଜ୍ୟ ମୁଖ୍ୟଶାସନ ସଚିବଙ୍କର ଏକ ବୈଠକ ବସିଥିଲା। ବୈଠକପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି, ’’ଆଜି ସଂଧ୍ୟା ସୁଦ୍ଧା ପୁରୀରେ ବ୍ୟାଙ୍କିଂ ସୁବିଧା ଆସିବ। ସବୁ ବ୍ୟାଙ୍କରେ ଗ୍ରାହକଙ୍କୁ ସେବା ମିଳିବ।’’

ବୈଠକ ଶେଷ ପରେ କେନ୍ଦ୍ର ଶକ୍ତି ସଚିବ ଅଜୟ କୁମାର ଭାଲାଙ୍କ କହିଛନ୍ତି ‘ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ପୁନରୁଦ୍ଧାର’। କାମ କେବେ ସୁଦ୍ଧା ସରିବ ତାହାର କିଛି ଡେଡଲାଇନ ଦେଇହେବନି ବୋଲି ଅଜୟ କୁମାର ଭାଲା କହିଛନ୍ତି। ସେପଟେ ପୁରୀ ବଡଦାଣ୍ଡରେ ଗତକାଲିଠୁ ଷ୍ଟ୍ରିଟଲାଇଟ୍ ଜଳିଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment