ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବାତ୍ୟା ବିପନ୍ନଙ୍କୁ ଘର ଯୋଗାଇ ଦେବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ।

‘‘ବାତ୍ୟା ପ୍ରଭାବିତ ଅଞ୍ଚଳରେ ପକ୍କା ଘର ଉଜୁଡ଼ି ଯାଇଛି। ବହୁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେମାନଙ୍କୁ ପିଏମ୍ଏଓ୍ୱାଇ ଯୋଜନାରେ ପକ୍କା ଘର ଦିଅ। ଏହି ପକ୍କା ଘର ନିର୍ମାଣରେ କେନ୍ଦ୍ରର ୯୦ ଭାଗ ଏବଂ ଓଡ଼ିଶା ସରକାରଙ୍କର ୧୦ ଭାଗ ଟଙ୍କା ରହିବ।’’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁରୋଧ କରିଛନ୍ତି।

ନବୀନ ଏହି ଚିଠିରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ନବୀନ କହିଛନ୍ତି ଯେ ବାତ୍ୟା ବେଳେ କେନ୍ଦ୍ର ଓଡ଼ିଶାକୁ ସହାୟତା ଦେଇଥିବାରୁ ଧନ୍ୟବାଦ।

ନବୀନ ଚିଠିରେ ଦର୍ଶାଇଛନ୍ତି, ‘‘ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ ବାତ୍ୟାରେ ୧୪ଟି ଜିଲ୍ଲାରେ ୫ ଲକ୍ଷ ଘର ଭାଙ୍ଗିଛି। ସବୁଠୁ ଅଧିକ ଘର ପୁରୀ ଜିଲ୍ଲାରେ ଭାଙ୍ଗିଛି। ଯାହାର ସମ୍ପୂର୍ଣ୍ଣ ଘର ଭାଙ୍ଗିଛି ସେମାନଙ୍କୁ ପିଏମ୍ଏଓ୍ୱାଇ ଯୋଜନାରେ ନୂଆ ଘର ତିଆରି କରିବା ପାଇଁ ସୁବିଧା ଦିଆଯାଉ।’’

ଗତ ୩ ତାରିଖରେ ବାତ୍ୟା ଫନି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ପରେ ୧୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅଧିକ କ୍ଷତି କରିଥିଲା ଫନି। ବାତ୍ୟାରେ ବହୁ କଚ୍ଚା ଏବଂ ଚାଳ ଛପର ଘର ଭାଙ୍ଗି ଯାଇଛି। ସେହିପରି ଆଜବେଷ୍ଟସ୍ ଘର ମଧ୍ୟ ବାତ୍ୟା ଦାଉରୁ ବାଦ୍ ପଡ଼ିନି।

Comment