ଓଡ଼ିଶାଲାଇଭ୍‌ ବ୍ୟୁରୋ

ସହିଦ ନଗର ସ୍ଥିତ ରୁପାଲି ହାଟ ବ୍ୟାବସାୟିକ ସଙ୍ଘ ପାଇଁ ଖୁସି ଖବର। ବାତ୍ୟା ‘ଫନି’ରେ ପ୍ରଭାବିତ ହୋଇଥିବା ରୁପାଲି ହାଟର ୨୨୦ ପିଣ୍ଡି ପାଇଁ ଆଜବେଷ୍ଟ ଛାତ ନିର୍ମାଣ ହେବ। ଦେଶର ଅଗ୍ରଣୀ ଆଲମିନିୟମ କମ୍ପାନି ହିଣ୍ଡାଲକୋ ତା’ର ସିଏସ୍‌ଆର କାର୍ଯ୍ୟକ୍ରମ ମାଧ୍ୟମରେ ରୁପାଲି ହାଟର ପିଣ୍ଡି ଗୁଡ଼ିକ ଉପରେ ଟିଣ ଛପର ନିର୍ମାଣ କରିବ। ଏହି ସମସ୍ତ କାର୍ଯ୍ୟକ୍ରମ ଭୁବନେଶ୍ୱର ମହାନଗର ନିଗମ ତତ୍ତ୍ୱାବଧାନରେ ହେବ।

ଏହି କାର୍ଯ୍ୟକ୍ରମରେ ହିଣ୍ଡାଲ୍‌କୋର ସହିତ ରହିଛି ରାଜଧାନୀର ଜଣାଶୁଣା ସାମାଜସେବୀ ସଙ୍ଗଠନ ‘ଜୟ ଓଡ଼ିଶା’। ବାତ୍ୟା ‘ଫନି’ରେ ଭାଙ୍ଗିଯାଇଥିବା ସମସ୍ତ ପିଣ୍ଡିର ରେଲିଂ ଏବଂ ଛାତରେ ଆଲୁମିନିୟମ୍‌ର ଢାଞ୍ଚା ଦିଆଯିବ। ଏହାପରେ ରୁପାଲି ହାଟକୁ ଏକ ସ୍ମାର୍ଟ ଓ ମର୍ଡନ ଲୁକ୍‌ରେ ଦେଖିବାକୁ ମିଳିବ।

ଏନେଇ ‘ଜୟ ଓଡ଼ିଶା’ ସଂଗଠନର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ ବିଏମ୍‌ସି ଏବଂ ହିଣ୍ଡାଲ୍‌କୋ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, “ବିଏମ୍‌ସି ଅତିରିକ୍ତ କମିସନର ସୁରଥ ମଲ୍ଲିକ ଏବଂ ହିଣ୍ଡାଲକୋ ଅଧିକାରୀ ଅଦ୍ଧେନ୍ଦୁ ମହାପାତ୍ରଙ୍କ ସମନ୍ୱୟରେ ଏହି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।”

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment