ଓଡ଼ିଶାଲାଇଭ ବ୍ୟୁରୋ

ସାରା ରାଜ୍ୟରେ ଅସମ୍ଭାଳ ତାତି। ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି ଖରା ଗରମ। ଗତ ଦୁଇ ରୁ ତିନିଦିନ ହେବ ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଉଛି।

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ଆଗାମୀ ୩ରୁ ୪ଦିନ ଯାଏଁ ଗରମ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ୫ଦିନ ଯାଏଁ ପୂର୍ବ ବିହାରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଭୁବନେଶ୍ଵର ସମେତ ଉତ୍ତର, ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ।

ସକାଳ ୧୦ଟାପରେ ସବୁଆଡେ ଖାଁ ଖାଁ। ଦାଉ ଦାଉ ଖରାରେ ଯେମିତି ଜନଜୀବନକୁ ଦୁର୍ବିସହ କରିଦେଲାଣି। ବିଶେଷକରି ସମ୍ବଲପୁର, ବଲାଙ୍ଗିର, ଟିଟିଲାଗଡ, ସୋନପୁର ଆଦି ସହରରେ ତାପମାତ୍ରୀ ୪୪ରୁ ୪୫ଡିଗ୍ରୀ ଉପରେ ରେକର୍ଡ କରାଯାଉଛି। ଓଡ଼ିଶା ଉପର ଦେଇ ଯାଇଥିବା ଟ୍ରପ୍ ଲାଇନ ଏବେ ଦୁର୍ବଳ ହୋଇଥିବା ବେଳେ ତାପମାତ୍ରାରେ ଆଂଶିକ ପରିବର୍ତ୍ତନ ଆସିଛି। ଏହା ସତ୍ତ୍ୱେ ଆଗକୁ ଆଉ କିଛିଦିନ ଗ୍ରୀଷ୍ଣ ପ୍ରବାହ ଜାରି ରହିବ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment