ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

 

ମେ’ ୨୩ରେ ହେବ ଭୋଟ୍ ଗଣତି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୋଟ୍ ଗଣତି ପାଇଁ ଆଜିଠୁ ଆରମ୍ଭ ହେଉଛି ପ୍ରଶିକ୍ଷଣ। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ତାଲିମ୍ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ମତଗଣନା କିପରି ସୁରୁଖୁରୁରେ ହେବ ସେ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି।

ଆସନ୍ତା ୧୩ ଏବଂ ୧୪ ତାରିଖରେ ୩୦ ଜଣ ଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କୁ ତାଲିମ୍ ଦିଆଯିବ।

ସେହିପରି ମେ’ ୧୫ରୁ ୧୯ ତାରିଖ ଯାଏଁ ଇଭିଏମ୍, ଭିଭିପାଟ ଓ ପୋଷ୍ଟାଲ ବ୍ୟାଲେଟ୍ ଗଣତି ସମ୍ପର୍କରେ ରହିଛି ଜିଲ୍ଲାସ୍ତରୀୟ ଟ୍ରେନିଂ କାର୍ଯ୍ୟକ୍ରମ।

ଅନ୍ୟପଟେ ବାତ୍ୟା ଫନି ଯୋଗୁଁ ଇଭିଏମ୍ ଓ ଭିଭିପାଟ୍ ସୁରକ୍ଷା ନେଇ ଆଶଙ୍କା ଥିଲା। କିନ୍ତୁ ଇଭିଏମ୍ ଭିଭିପାଟ୍ ସୁରକ୍ଷିତ ଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ। ପୁରୀରେ ଷ୍ଟ୍ରଙ୍ଗ ରୁମ୍ର ସୁରକ୍ଷା ପାଇଁ ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ମେ’ ୧୯ରେ ରାଜ୍ୟର କିଛଇ ସ୍ଥାନରେ ହୋଇ ପାରେ ରି ପୋଲିଂ।

Comment