ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅର୍ଜୁନ କପୁର ଏବେ ତାଙ୍କ ଅପକମିଂ ଫିଲ୍ମ ପାନିପଥ ଲାଗି ବିଜି ଅଛନ୍ତି। ଏହି ଫିଲ୍ମରେ ସଂଜୟ ଦତ୍ତଙ୍କ ସହିତ ପ୍ରଥମଥର କାମ କରୁଛନ୍ତି ଅର୍ଜୁନ କପୁର। ଅର୍ଜୁନ କହିଛନ୍ତି ୫୯ବର୍ଷିୟ ସଂଜୟ ଦତ୍ତଙ୍କ ସ୍ଵଭାବ ଅତ୍ୟନ୍ତ ଭଲ। ସ୍ଵାଧୀନତା ସମୟରେ ହୋଇଥିବା ତୃତୀୟ ପାନିପଥ୍ ଯୁଦ୍ଧକୁ ଆଧାର କରି ଏହି ଫିଲ୍ମଟି ଆଧାରିତ। ଏହାକୁ ଆଶୁତୋଷ ଗୋୱାରିକର ନିର୍ଦ୍ଦେଶନା ଦେଉଛନ୍ତି।

ଅର୍ଜୁନ କହିଛନ୍ତି ସଂଜୟଙ୍କ ସହିତ କାମ କରିବାର ଅନୁଭବ ବହୁତ ଭଲ ରହିଛି। ସେ ଏମିତି ଏକ ମଣିଷ ଯାହାଙ୍କ ଭିତରେ ମୁଁ ଜଣେ ପିଲାକୁ ଦେଖିଛି। ଆମେ ସମସ୍ତେ ସଂଜୟ ସାରଙ୍କ ଅଭିନୟକୁ ଦେଖିକରି ହିଁ ବଡ ହୋଇଛୁ।

ଫିଲ୍ମଟି ଡିସେମ୍ବର ୬, ୨୦୧୯ ରେ ରିଲିଜ୍ ହେବ ବୋଲି କୁହାଯାଉଛି। ଏଥିରେ କ୍ରିତ୍ତି ସାନନ , ସଂଜୟ ଦତ୍ତ ଓ ଅର୍ଜୁନ କପୁର ଅଭିନୟ କରୁଥିବା ବେଳେ ମ୍ୟୁଜିକ୍ ଦେଉଛନ୍ତି ଅଜୟ ଅତୁଲ। ପାନିପଥ ପୂର୍ବରୁ ଅର୍ଜୁନଙ୍କ ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ ଫିଲ୍ମ ଆଗାମୀ ସପ୍ତାହରେ ରିଲିଜ୍ ହେବାକୁ ଯାଉଛି। ଯାହାକୁ ଅର୍ଜୁନଙ୍କ ଫ୍ୟାନମାନେ ଅପେକ୍ଷା କରିଛନ୍ତି।

Comment